ବ୍ୟାପୁଛି ଚକଡ଼ା, ଚିନ୍ତାରେ ଚାଷୀ: ଔଷଧ ଲେଖି କାମ ସାରିଦେଲା କୃଷି ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ବ୍ୟାପୁଛି ଚକଡ଼ା, ଚିନ୍ତାରେ ଚାଷୀ: ଔଷଧ ଲେଖି କାମ ସାରିଦେଲା କୃଷି ବିଭାଗ

balangiri

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍‌ରେ ଚାଷୀଙ୍କୁ ଘାରିଛି ଚକଡ଼ା ଚିନ୍ତା। ଗୋଟିଏ ପରେ ଗୋଟିଏ ଜମିକୁ ମାଡ଼ିବାରେ ଲାଗିଛି। କ’ଣ କରିବେ ? କେମିତି ଚାଷ ବଞ୍ଚାଇବେ ସେହି କଥା ଏବେ ମୁଣ୍ଡବ୍ୟଥା ପାଲଟିଛି। କ୍ଷତିଗ୍ରସ୍ତ ଧାନଗଛ ଧରି ଚାଷୀ, କୃଷି ଅଧିକାରୀଙ୍କୁ ପ୍ରତିକାର ପାଇଁ ଗୁହାରି କରୁଛନ୍ତି। ହେଲେ କେବଳ ଔଷଧ ଲେଖି ଦେଇ ବିଭାଗୀୟ ଅଧିକାରୀ ନିଜ କାମ ସାରି ଦେଇଥିବା ଅଭିଯୋଗ ହେଉଛି।

ଏଥର ଭଲ ବର୍ଷା ହୋଇଥିବାରୁ ଭଲ ଅମଳ ହେବ ବୋଲି ଆଶା ବାନ୍ଧିଥିଲା ଚାଷୀ। ହେଲେ ଏବେ ଏହି ଆଶାକୁ ପାଣିଚିଆ କରି ଦେଇଛି ଚକଡ଼ା ପୋକ। ଉପରକୁ ଦିଶୁଛି ଛନଛନିଆ ଧାନ କ୍ଷେତ। ହେଲେ ଭିତରକୁ ଗଲେ ଦେଖିବାକୁ ମିଳୁଛି ଚକଡ଼ାର ପ୍ରକୋପ। ଧାନ ଗଛ ମୂଳରେ ଚରି ଗଲେଣି ଚକଡ଼ା ପୋକ।

କୁଡ଼ାସିଂହା ଗାଁର କ୍ଷେତରେ ଚକଡ଼ା ଦେଖି ଚାଷୀମାନେ ଛାନିଆ ହୋଇଯିବା ପରେ କୃଷି ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ଅଧିକାରୀ ଜଣଙ୍କ ଘଟଣାସ୍ଥଳକୁ ଆସି ନଥିଲେ କି  କ୍ଷେତର ସ୍ଥିତି ଦେଖି ନଥିଲେ। ଅଫିସ୍‌କୁ ଧାନଗଛ ଧରି ଆସିବାକୁ କହିଥିଲେ। ଧାନଗଛ ଦେଖିବା ପରେ ଚକଡ଼ା ଲାଗିଥିବା ସ୍ୱୀକାର କରିବା ସହ  ଔଷକିଣି କ୍ଷେତରେ ପକାଇବାକୁ ପରାମର୍ଶ ଦେଇ ଫେରାଇ ଦେଇଥିଲେ। କୃଷି ଅଧିକାରୀ ଜଣଙ୍କ କହିଥିବା ଔଷଧ କିଣି ପକାଇଲେ ମଧ୍ୟ କିଛି ଲାଭ ହେଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ଚକଡ଼ା ମାଡ଼ି ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିଲେ ମଧ୍ୟ କୃଷି ଅଧିକାରୀ କି ବିଶେଷଜ୍ଞଙ୍କ ଠାରୁ ସହାୟତା ମିଳୁନାହିଁ।

ଏନେଇ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଶ୍ରୀଧର ଦାସଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, “ଚକଡ଼ା ପୋକ ନେଇ ଆମ ପାଖରେ ଖବର ଅଛି। ଶୀଘ୍ର ଏହାକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯିବ।”

ସୂଚନାଯୋଗ୍ୟ,  ଗତବର୍ଷ ବଲାଙ୍ଗିର ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଅଧିକାଂଶ ଧାନଚାଷକୁ ଖାଇ ଯାଇଥିଲା ଚକଡ଼ା। ଏପରିକି ପୋକ ଦାଉରୁ ରକ୍ଷା ପାଇବାକୁ ଫଳନ୍ତି ଫସଲରେ ନିଆଁ ଲଗାଇ ଦେଇଥିଲେ ଚାଷୀ।

ଚକଡ଼ା ଯୋଗୁ ଫସଲ ଉଜୁଡି ଯିବାରୁ ବରଗଡ଼ ଜିଲ୍ଲାର ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।



from Odisha Reporter https://ift.tt/2OOEywc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages