ଖୋଲିଲା କୋଠଘର ରହସ୍ୟ; ବୋମା ଭିଡ଼ୁଥିଲା ବେଳେ ହୋଇଥିଲା ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଖୋଲିଲା କୋଠଘର ରହସ୍ୟ; ବୋମା ଭିଡ଼ୁଥିଲା ବେଳେ ହୋଇଥିଲା ବିସ୍ଫୋରଣ

bom...

ବାଙ୍କି (ସଞ୍ଜୀବ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଘୋଡ଼ାବର ଗାଁରେ ଗତକାଲି ରାତିରେ ଘଟିଥିବା ବିସ୍ଫୋରଣ ଘଟଣା ଉପରୁ ରହସ୍ୟ ହଟାଇଛି ପୁଲିସ୍‌।

ବୋମା ଫିଙ୍ଗା ଯାଇଥିବା କଥା ଠିକ୍ ନୁହେଁ। ବୋମା ଭିଡ଼ିବାବେଳେ ହିଁ ବିସ୍ଫୋରଣ ଘଟିଥିଲା। ସରଜମିନ୍ ତଦନ୍ତ ପରେ ଏହା ଜାଣିବାକୁ ପାଇଛି ପୁଲିସ୍‌। ସାଇଣ୍ଟିଫିକ୍ ଟିମ୍‌ ସହ ପୁଲିସର ୪ ଜଣି‌ଆ ଟିମ୍‌ ଗାଁରେ ପହଞ୍ଚି ତଦନ୍ତ କରିଛନ୍ତି।

ବିସ୍ଫୋରଣସ୍ଥଳରୁ ୫ଟି ବୋମା ଉଦ୍ଧାର କରାଯାଇଛି।

ବିସ୍ଫୋରଣରେ ଗାଁର କୋଠଘର ଭୁଶୁଡ଼ି ପଡ଼ିଥିଲା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ଦ୍ୱୟ ହେଲେ ପବିତ୍ର ନାଏକ ଓ ମାନସ ନାଏକ। ଆହତଙ୍କ ନାଁ ପରମାନନ୍ଦ ନାଏକ।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା।



from Odisha Reporter https://ift.tt/2xKuQEn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages