ଏହି ସବୁ କାରଣରୁ ଯୁବପିଢ଼ିଙ୍କୁ ହୋଇଥାଏ ହୃଦ୍‌ଘାତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଏହି ସବୁ କାରଣରୁ ଯୁବପିଢ଼ିଙ୍କୁ ହୋଇଥାଏ ହୃଦ୍‌ଘାତ!

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର୍‌): ଆଜି ହେଉଛି ୱାର୍ଲଡ୍‌ ହାର୍ଟ ଡେ’ ବା ବିଶ୍ୱ ହୃଦୟ ଦିବସ। ଆଜି ଆମେ ଜାଣିବା, ଯୁବପିଢ଼ିଙ୍କୁ କାହିଁକି ହୋଇଥାଏ ହୃଦ୍‌ଘାତ।
ହୃଦ୍‌ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟପେୟରେ ଅନିୟମିତତା, ବ୍ୟାୟାମର ଅଭାବ, ମେଦବହୁଳତା ଓ ଧୁମପାନ ହେଉଛି ହୃଦ୍‌ଘାତର ପ୍ରମୁଖ କାରଣ। ଏହା ସହିତ ବିଶେଷ କରି ଯୁବପିଢ଼ିଙ୍କ ହୃଦ୍‌ଘାତ ହେବା ପଛରେ ଅନ୍ୟ କେତେକ କାରଣ ରହିଛି। ଆସନ୍ତୁ ଜାଣିବା, ସେହି କାରଣଗୁଡ଼ିକ କ’ଣ ।

ସ୍ୱାସ୍ଥ୍ୟଗତ ସମସ୍ୟାର ଲକ୍ଷଣ ସବୁକୁ ହାଲକା ଭାବେ ନେବା:
ଅଧିକାଂଶ ସମୟରେ ଦେଖିବାକୁ ମିଳେ, ଯୁବପିଢ଼ି ନିଜ ଶରୀରରେ ଦେଖାଦେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ନିଅନ୍ତି ନାହିଁ। ହୃଦ୍‌ଘାତ ପୂର୍ବରୁ ଶରୀରରେ ଏହାର କିଛି ଲକ୍ଷଣ ଦେଖାଦିଏ। ଯଦି ଏହି ଲକ୍ଷଣସବୁକୁ ଆପଣ ଚେତାବନୀ ଭାବି ଏ ସବୁର ଚିକିତ୍ସା କରାଇ ନିଅନ୍ତି, ତେବେ ଆପଣ ହୃଦ୍‌ଘାତରୁ ବର୍ତ୍ତିପାରନ୍ତି। କିନ୍ତୁ ଯୁବପିଢ଼ି ଏହି ଲକ୍ଷଣଗୁଡ଼ିକୁ, ଯେପରିକି ଛାତି ଦରଜ, ଗଳା ଦରଜ, ପିଠି ଓ ମେରୁଦଣ୍ଡରେ କଷ୍ଟ ଅନୁଭବ, ପାଚନ କ୍ରିୟାରେ ସମସ୍ୟା ଓ ପ୍ୟାନିକ୍‌ ଆଟାକ୍‌ ଆଦିକୁ ସାମାନ୍ୟ ସମସ୍ୟା ଭାବି ଅଣଦେଖା କରିଥା’ନ୍ତି। ଫଳରେ ଭବିଷ୍ୟତରେ ଏହା ହୃଦ୍‌ଘାତର ରୂପ ନିଏ। କିନ୍ତୁ ଏହି ଲକ୍ଷଣଗୁଡ଼ିକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଜରୁରୀ।

ଗ୍ୟାଜେଟ୍‌ ପ୍ରେମ:
ଆଜି କାଲି ଯୁବପିଢ଼ି ୨୪ଘଣ୍ଟାରୁ ପ୍ରାୟ ୧୮ଘଣ୍ଟା ଯାଏ ମୋବାଇଲ୍ ଫୋନ୍‌, ଟ୍ୟାବ୍‌, କମ୍ପ୍ୟୁଟର ଓ ଟିଭ ସହ ସମୟ ଅତିବାହିତ କରୁଛନ୍ତି। ଏହାଦ୍ୱାରା ମସ୍ତିଷ୍କ ଉପରେ ଅଧିକ ଚାପ ପଡ଼ିଥାଏ। ଏହି କାରଣରୁ ସମୟକ୍ରମେ ଅତ୍ୟଧିକ ମାନସିକ ଦୁଶ୍ଚିନ୍ତା ଓ ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ। ଏହି ଉଚ୍ଚ ରକ୍ତଚାପ ହିଁ ହୃଦ୍‌ଘାତର ପ୍ରମୁଖ କାରଣ ସାଜିଥାଏ।

ଖାଦ୍ୟ:
ଆଜି କାଲି ପିଲାମାନେ ଫାଷ୍ଟଫୁଡ୍‌ ଖାଇବାକୁ  ଅଧିକ ଭଲ ପାଉଛନ୍ତି। ହେଲେ ଫାଷ୍ଟ୍‌ଫୁଡ୍‌ ଶରୀର ପାଇଁ ବହୁ ମାତ୍ରାରେ କ୍ଷତିକାରକ। ଅତ୍ୟଧିକ କ୍ୟାଲୋରୀ ସହ ଲୁଣ ଓ ସୋଡିୟମ୍‌ର ମାତ୍ରା ଅଧିକ ଥିବାରୁ ଏହି ଖାଦ୍ୟ ସାମଗ୍ରୀ ଶରୀରରେ ମେଦ ବହୁଳତାର କାରଣ ହୋଇଥାଏ, ଯାହା ପରବର୍ତ୍ତୀ ସମୟରେ ହୃଦ୍‌ରୋଗ ପାଇଁ ଏକ ପ୍ରମୁଖ କାରଣ ସାଜିଥାଏ।

ନିଶାଦ୍ରବ୍ୟ:
ଆଜିକାଲି ଅଧିକାଂଶ ଯୁବବର୍ଗ ନିଶାଗ୍ରସ୍ତ ରହୁଛନ୍ତି। ଅତ୍ୟଧିକ ଧୁମପାନ ଓ ମାଦକ ଦ୍ରବ୍ୟ ସେବନ, ହୃଦ୍‌ଘାତର ଆଶଙ୍କାକୁ ବଢ଼ାଇ ଥାଏ।

ହୃଦ୍‌ଘାତର ଅନ୍ୟାନ୍ୟ କାରଣ:
ବୟସ୍କ ବ୍ୟକ୍ତି ଓ ଯୁବପିଢ଼ିଙ୍କୁ ହୃଦ୍‌ଘାତ ହେବା ପଛରେ କାରଣଗୁଡ଼ିକ ପ୍ରାୟତଃ ସମାନ। ଯେପରିକି, ହୃତ୍‌ପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ରୋଗ, ହାଇ କୋଲେଷ୍ଟ୍ରଲ, ଅତ୍ୟଧିକ ଭାବପ୍ରବଣତାର ଚାପ ବା ଉଚ୍ଚ ରକ୍ତଚାପ, ଧୂମପାନ, ମେଦବହୁଳତା, ଡାଇବେଟିସ୍, ମେଟାବଲି ସିଣ୍ଡ୍ରୋମ୍‌ ଓ ବ୍ୟାୟାମର ଅଭାବ କାରଣରୁ ହୃଦ୍‌ଘାତ ହୋଇଥାଏ। ଏହା ବ୍ୟତୀତ ଯଦି ପରିବାରରେ ହୃଦ୍‌ରୋଗ ଏକ ଜେନେଟିକ୍‌ ସମସ୍ୟା ରୂପେ ରହିଛି, ତେବେ ଏହା ମଧ୍ୟ ହୃଦ୍‌ଘାତ ଏକ କାରଣ ହୋଇଥାଏ। ତେବେ ଏସବୁ ଥିଲେ ପ୍ରତିକାର ପାଇଁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।

ହୃଦ୍‌ଘାତରୁ ବର୍ତ୍ତିବା ପାଇଁ କ’ଣ କରିବେ: 

୧. ଧୂମପାନରୁ ଦୂରେଇ ରୁହନ୍ତୁ

୨. ଶରୀରର ଓଜନ ନିୟନ୍ତ୍ରଣରେ ରଖନ୍ତୁ

୩. ଶାରୀରିକ ପରିଶ୍ରମ କରନ୍ତୁ

୪. ୨ ଘଣ୍ଟାରୁ ଅଧିକ ଟିଭି ଦେଖନ୍ତୁ ନାହିଁ।

୫. ଅତ୍ୟଧିକ ମଦ୍ୟପାନରୁ ଦୂରେଇ ରୁହନ୍ତୁ

୬. ଏକ ସୁସ୍ଥ ଡାଏଟ୍‌ ପ୍ଲାନ୍‌ରେ ରୁହନ୍ତୁ



from Odisha Reporter https://ift.tt/2R6ivCR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages