ନବୀନଙ୍କ ‘ସ୍ୱଚ୍ଛ’ ଭାବମୂର୍ତ୍ତି ଉପରେ ପ୍ରଚଣ୍ଡ ପ୍ରହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ନବୀନଙ୍କ ‘ସ୍ୱଚ୍ଛ’ ଭାବମୂର୍ତ୍ତି ଉପରେ ପ୍ରଚଣ୍ଡ ପ୍ରହାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପ୍ରତି ବିଜେଡିର ସୁବିଧାବାଦୀ ଆଭିମୁଖ୍ୟକୁ ଆଜି ଶକ୍ତ ଧକ୍କା ଲାଗିଛି। ଦୀର୍ଘ ଦୁଇଦଶନ୍ଧି ଧରି ବିଜେଡି ପାଇଁ ବିଜୟର ବ୍ରାଣ୍ଡ୍ ପାଲଟିଥିବା ନବୀନ ପଟ୍ଟନାୟକଙ୍କ ‘ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନ’ ଉପରେ ଗତ ସାଢ଼େ ୪ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ କଡ଼ା ପ୍ରହାର କରିଛନ୍ତି।

ନବୀନ ସରକାରର ପରିଚୟ ଏବେ ‘ଭ୍ରଷ୍ଟାଚାର, ନିଷ୍ପତ୍ତି ନେବାରେ ବିଳମ୍ବ ଓ ପିସି’ ପାଲଟିଛି ବୋଲି ମୋଦି କହିବାକୁ ପଛାଇ ନାହାନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ସରକାରକୁ ଏଭଳି କଡ଼ା ସମାଲୋଚନା କରି ମୋଦି ବିଜେଡି ସହ ସମ୍ଭାବ୍ୟ ମେଣ୍ଟ ଓ ଗୋପନ ବୁଝାମଣା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ତେବେ ମୋଦିଙ୍କ ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ଏବେ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିବା ସହ ପୂର୍ବରୁ ବିଜେପିକୁ ସୁହାଇବା ଭଳି ମୁଖିଆ ନେଇଥିବା ନିଷ୍ପତ୍ତି ପାଇଁ ଦଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପ୍ରଧାନମନ୍ତ୍ରୀ ମୋଦି ଆଜି ତାଳଚେର ସଭାରେ ନବୀନ ସରକାରକୁ ‘ଆୟୁଷ୍ମାନ ଭାରତ’, ଟଙ୍କିକିଆ ଚାଉଳ ଓ ‘ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମକୁ ନେଇ ସମାଲୋଚନା କରିଥିବା ବେଳେ, ଝାରସୁଗୁଡ଼ା ସଭାରେ ନବୀନ ପଟ୍ଟନାୟକଙ୍କ ସରକାରକୁ ପିସି, ଭ୍ରଷ୍ଟାଚାର ଓ ୧୦ ବର୍ଷ ପୁରୁଣା ଗତିରେ ଚାଲୁଥିବା ସରକାର ବୋଲି କହିବାକୁ ପଛାଇ ନାହାନ୍ତି।

ତାଳଚେର ସଭା ତୁଳନାରେ ଝାରସୁଗୁଡ଼ା ସଭାରେ ମୋଦିଙ୍କ ଆଭିମୁଖ୍ୟ ଅଧିକ ଆକ୍ରମଣାତ୍ମକ ହୋଇଥିଲା। ଗତ ୧୦ ବର୍ଷ ତଳେ ବିକାଶର ଗତି ଯାହା ଥିଲା ସେହି ସ୍ପିଡ୍‌ରେ ଏବେବି ନବୀନ ସରକାର ଚାଲିଛି। ଓଡ଼ିଶାର ବିକାଶ କଥା ଏମାନେ ଚିନ୍ତା କରିବା ପରିବର୍ତ୍ତେ ଦିଲ୍ଲୀରେ ବସିଥିବା ସରକାର ଠେଲିପେଲି ସେମାନଙ୍କ ମନରେ ଚିନ୍ତା ଜାଗ୍ରତ କରାଉଛି।

ତେବେ ଆଶ୍ଚର୍ଯ୍ୟର କଥା, ମୋଦିଙ୍କ ଏଭଳି ସିଧାସଳଖ ସମାଲୋଚନା ସତ୍ତ୍ୱେ ବିଜେଡି ଏହାର କଡ଼ା ଜବାବ ଦେବାରେ ବିଫଳ ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ବିଜେଡି କର୍ମୀ ଓ ନେତାମାନଙ୍କୁ ନିରାଶ କରିଛି। କେବଳ ରାଜନୀତିକ ବାଧ୍ୟବାଧକତାରେ ସେ ଏଭଳି ପ୍ରତିକ୍ରିୟା ଦେଉଥିବା ନବୀନଙ୍କ ବଡି ଲାଙ୍ଗୁଏଜରୁ ସ୍ପଷ୍ଟ ବାରି ହୋଇପଡୁଥିବା କୁହାଯାଉଛି।

ଚାରାଠୁ ଆରମ୍ଭ କରି ପଲିଥିନ୍‌ ପର୍ଯ୍ୟନ୍ତ, ସରକାରୀ ବିଭାଗରୁ ସଡ଼କ ପର୍ଯ୍ୟନ୍ତ, ଜଳସେଚନ ଓ ଛତୁଆ ଆଦିରେ ସବୁଠି ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ବିଜେଡି ସରକାରରେ ସାମିଲ ବ୍ୟକ୍ତି ଓ ଦଳୀୟ କର୍ମକର୍ତ୍ତାମାନେ ଏହି ଦୁର୍ନୀତିରେ ଲିପ୍ତ ରହିଛନ୍ତି। ତେଣୁ ଓଡ଼ିଶାରେ ଏକ ବଡ଼ ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ମୋଦି କହିଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା, ମୋଦିଙ୍କ ଏଭଳି ସିଧାସଳଖ ସମାଲୋଚନା ସତ୍ତ୍ୱେ ବିଜେଡି ଏହାର କଡ଼ା ଜବାବ ଦେବାରେ ବିଫଳ ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ବିଜେଡି କର୍ମୀ ଓ ନେତାମାନଙ୍କୁ ନିରାଶ କରିଛି। କେବଳ ରାଜନୀତିକ ବାଧ୍ୟବାଧକତାରେ ସେ ଏଭଳି ପ୍ରତିକ୍ରିୟା ଦେଉଥିବା ନବୀନଙ୍କ ବଡି ଲାଙ୍ଗୁଏଜରୁ ସ୍ପଷ୍ଟ ବାରି ହୋଇପଡୁଥିବା କୁହାଯାଉଛି।

ମୋଦିଙ୍କ କଟୁ ମନ୍ତବ୍ୟର ଜବାବ ରଖି ନବୀନ କହିଥିଲେ ଯେ, ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଶ୍ଚିତ ଭାବେ ଏଭଳି କହିଛନ୍ତି। ତେବେ ସ୍କିଲ୍‌ ଇଣ୍ଡିଆ ଦୁର୍ନୀତି ଓ ଉଜ୍ୱଳା ଦୁର୍ନୀତି ପ୍ରସଙ୍ଗ ଏବଂ ଆକାଶଛୁଆଁ ହେଉଥିବା ତୈଳଦର ସମ୍ପର୍କରେ ସେମାନେ ଚିନ୍ତା କରିବା କଥା।

ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଉପରେ ମୋଦି ଦୁର୍ନୀତିର ଛିଟା ଲଗାଇ ସିଧାସଳଖ ପ୍ରହାର କରିଥିବା ସତ୍ତ୍ୱେ ବିଜେଡି ସୁପ୍ରିମୋଙ୍କ କୋହଳ ଆଭିମୁଖ୍ୟ ଦଳର ଦୁର୍ବଳତାକୁ ପଦାରେ ପକାଇଛି।

ରାଜନୀତିକ ବିଶ୍ଳେଷକଙ୍କ ମତରେ ମୋଦିଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପଛରେ ଏକ ସୁଚିନ୍ତିତ ଷ୍ଟ୍ରାଟେଜି ରହିଛି।

ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ବିମୁଦ୍ରାକରଣ, ଜିଏସଟି, ସର୍ଜିକାଲ ଷ୍ଟ୍ରାଇକ୍ , ରାଷ୍ଟ୍ରପତି ନିର୍ବାଚନ, ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆଦି ପ୍ରସଙ୍ଗରେ ନବୀନଙ୍କ ବିଜେଡି ଅକୁଣ୍ଠ ସମର୍ଥନ ଦେଇଥିଲା। ନିକଟ ଅତୀତରେ ମୋଦି ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବରୁ ନିଜକୁ ଦୂରେଇ ରଖିବା, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନରେ ମତଦାନ କରି ଖୋଲାଖୋଲି ଭାବେ ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି ବିଜେଡି ନେଇଥିଲା।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ଫୋନ୍ ଏବଂ କୃତଜ୍ଞତା ଜଣାଇବା ପାଇଁ ଉଦ୍ଦିଷ୍ଟ ଚିଠିରୁ ମଧ୍ୟ ନବୀନ ରାଜନୀତିକ ଫାଇଦା ନେବାର ସୁଯୋଗକୁ ହାତଛଡ଼ା କରିନଥିଲେ। ବିଜେପିର ଜାତୀୟ ନେତୃତ୍ୱଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିବାର ସନ୍ଦେଶ ଦେଇ ନବୀନ ରାଜ୍ୟରେ ବିଜେପି କର୍ମୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ।

ତା’ଛଡ଼ା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ଓ ଭୁବନେଶ୍ୱରରେ ବିଜେପି ଦ୍ୱାରା ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ନବୀନ ସାମିଲ ହୋଇ ବିଜେଡି ଓ ବିଜେପି ମଧ୍ୟରେ ଗୋପନ ବୁଝାମଣା ରହିଛି ବୋଲି ଉପରକୁ ସନ୍ଦେଶ ଦେବାକୁ ପ୍ରୟାସ କରିଥିଲେ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ଫୋନ୍ ଏବଂ କୃତଜ୍ଞତା ଜଣାଇବା ପାଇଁ ଉଦ୍ଦିଷ୍ଟ ଚିଠିରୁ ମଧ୍ୟ ନବୀନ ରାଜନୀତିକ ଫାଇଦା ନେବାର ସୁଯୋଗକୁ ହାତଛଡ଼ା କରିନଥିଲେ। ବିଜେପିର ଜାତୀୟ ନେତୃତ୍ୱଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିବାର ସନ୍ଦେଶ ଦେଇ ନବୀନ ରାଜ୍ୟରେ ବିଜେପି କର୍ମୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ।

ଯଦିଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ଅନ୍ୟ ନେତୃବୃନ୍ଦ ବିଜେଡି ସହ ଗୋପନ ବୁଝାମଣା ସମ୍ଭାବନାକୁ ସିଧାସଳଖ ଖାରଜ କରିଥିଲେ ତଥାପି ଅତୀତର ଘଟଣାକ୍ରମ ଓ ନବୀନଙ୍କ ଆଭିମୁଖ୍ୟ ବିଜେପି କର୍ମୀଙ୍କ ମନରୁ ଦ୍ୱନ୍ଦ୍ୱକୁ ଦୂର କରିପାରିନଥିଲା।

ବିରୋଧୀ ଦଳର କର୍ମୀ ତଥା ସାଧାରଣ ଭୋଟରଙ୍କ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ କରି ତଥା ସ୍ବଚ୍ଛ ଭାବମୂର୍ତ୍ତିର ପ୍ରଚାରପ୍ରସୂତ ପ୍ରହେଳିକା ସୃଷ୍ଟି କରି ନିର୍ବାଚନ ଜିଣିବାର ନବୀନଙ୍କ ଦୀର୍ଘବର୍ଷର ଫର୍ମୂଲାକୁ ଏବେ ବିଜେପି ଜାତୀୟ ନେତୃତ୍ୱ ଧରିବାରେ ସକ୍ଷମ ହୋଇଛନ୍ତି। ଆଉ ନିର୍ବାଚନ ପୂର୍ବରୁ ସଂଗଠନକୁ ସକ୍ରିୟ କରିବା ପାଇଁ ବିଜେପି କର୍ମୀଙ୍କ ମନରୁ ଏଭଳି ଦ୍ୱନ୍ଦ୍ୱ ଦୂର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ନବୀନଙ୍କ ଭାବମୂର୍ତ୍ତିକୁ ଟାର୍ଗେଟ୍ କରି ଏଠି ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି ବୋଲି କହିବାକୁ ପଛାଇନାହାନ୍ତି। ମୋଦିଙ୍କ ଏଭଳି ଆଭିମୁଖ୍ୟ ମଧ୍ୟ ବିଜେଡି ପାଇଁ ଆଗାମୀ ନିର୍ବାଚନରେ ମୁଣ୍ଡବ୍ୟଥା ବଢ଼ାଇବ ବୋଲି ଚର୍ଚ୍ଚା।



from Odisha Reporter https://ift.tt/2zo7mqc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages