୩ ଆତଙ୍କବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

୩ ଆତଙ୍କବାଦୀ ନିହତ

kashmir

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମ୍ ଜିଲ୍ଲାର ଚୌଗାମ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି।

ଶୁକ୍ରବାର ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏହା ଏବେ ବି ଜାରି ରହିଛି। ଆଉ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି।

ଚୌଗାମ୍‌ରେ ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ସେନାର ରାଷ୍ଟ୍ରୀୟ ରାଇଫଲ୍ ଯବାନଙ୍କ ସହିତ ଜମ୍ମୁ ଓ କଶ୍ମୀର ପୁଲିସ୍‌ର ଯବାନମାନେ ସେଠାରେ ମିଳିତ ଚଢ଼ଉ କରିଥିଲେ।

ଏହି ଏନ୍‌କାଉଣ୍ଟର ପାଇଁ ବାରମୂଲା ଓ କାଜୀଗୁଣ୍ଡ ମଧ୍ୟରେ ରେଳ ଚଳାଚଳ ବନ୍ଦ କରି ଦିଆଯାଇଛି। ତା’ସହିତ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।



from Odisha Reporter https://ift.tt/2xmyljo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages