ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବେ ପାରିକର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବେ ପାରିକର!

parrirkar

ପାନାଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପାନ୍‌କ୍ରିୟାସ୍‌ (ଅଗ୍ନ୍ୟାଶୟ)ରେ ସମସ୍ୟା ଦେଖାଯାଇଛି। ସେଥିପାଇଁ ସାତ ମାସ ହେଲାଣି ସେ ଅସୁସ୍ଥ ହୋଇପଡ଼ିଛନ୍ତି। ଏନେଇ ସେ ତିନି ତିନି ଥର ଆମେରିକା ଯାଇ ଚିକିତ୍ସା ହୋଇସାରିଲେଣି। ତା’ପରେ ବି ସେ ସୁସ୍ଥ ହୋଇ ନାହାନ୍ତି।

ସପ୍ତାହେ ଧରି ଆମେରିକାରେ ଚିକିତ୍ସିତ ହେବା ପରେ ସେପ୍ଟେମ୍ବର ୬ ତାରିଖରେ ସେ ଗୋଆ ଫେରିଥିଲେ। କିନ୍ତୁ ବୁଧବାର ଦିନ ତାଙ୍କୁ ପାନାଜୀଠାରୁ ୧୫ କିଲୋମିଟର ଦୂର କାଣ୍ଡୋଲିମ୍‌ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ସେ ପୁଣି ଆମେରିକା ଯିବେ ବୋଲି ଜଣାପଡ଼ିଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଆଜି ତାଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବ। ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କୁ ଦିଲ୍ଲୀ ନିଆଯିବ।

ଏ ମଧ୍ୟରେ ଖବର ଆସିଛି ଯେ ପାରିକର ସାମୟିକ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଆଉ କାହାକୁ ହସ୍ତାନ୍ତର କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଆଉ କାହାକୁ ଦେଇ ସେ ଚିକିତ୍ସା ପାଇଁ ଆମେରିକା ଯିବାକୁ ଚାହୁଁଛନ୍ତି।

ସେପ୍ଟେମ୍ବର ୬ ତାରିଖରେ ଆମେରିକାରୁ ଫେରିବା ପରେ ସେ ଆଦୌ ଅଫିସ୍ ଯାଇ ନାହାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଅମିତ ଶାହ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ତା’ପରେ ବିଜେପି ପାରିକରଙ୍କ ଅସ୍ଥାୟୀ ବିକଳ୍ପ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି।

ମହାରାଷ୍ଟ୍ରୱାଡ଼ି ଗୋମନ୍ତକ ପାର୍ଟି ନେତା ରାମକୃଷ୍ଣ ‘ସୁଦିନ’ ଧାଭାଲିକରଙ୍କୁ ଅସ୍ଥାୟୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇପାରେ ବୋଲି ଆଲୋଚନା ହେଉଛି। ତାଙ୍କ ଦଳ ଗୋଆର ମେଣ୍ଟ ସରକାରରେ ସାମିଲ ଅଛି ଓ ସେ ମଧ୍ୟ ମନ୍ତ୍ରୀ ଅଛନ୍ତି।

ଧାଭାଲିକର କହିଛନ୍ତି ଯେ ପାରିକର ତାଙ୍କୁ ଡକାଇଥିଲେ, କିନ୍ତୁ ନେତୃତ୍ୱ ନେବା ନେଇ କୌଣସି ଆଲୋଚନା ହୋଇନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଜେପିର କେହି ତୁଙ୍ଗ ନେତା ଗୋଆ ଗସ୍ତରେ ଆସିବେ ଓ ଏ ପ୍ରସଙ୍ଗରେ ପାରିକର ଓ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ।



from Odisha Reporter https://ift.tt/2MxK9Fh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages