
ନୂଆଦିଲ୍ଲୀ: ‘ଆଧାର’ କାର୍ଡ ନଥିଲେ ମଧ୍ୟ କୌଣସି ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ନାମ ଲେଖା ପ୍ରକ୍ରିୟାରୁ ବଞ୍ଚିତ କରିପାରିବେ ନାହିଁ। ଅର୍ଥାତ ଆଧାର ନମ୍ବର ନଥିଲେ ମଧ୍ୟ ଏଣିକି ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ନିଜ ନାମ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଞ୍ଜିକୃତ କରିପାରିବେ ବୋଲି ଆଜି ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏଥିସହ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ, ସ୍କୁଲ କର୍ତ୍ତୃପକ୍ଷ ସ୍ଥାନୀୟ ବ୍ୟାଙ୍କ, ପୋଷ୍ଟ ଅଫିସ୍, ରାଜ୍ୟ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ମିଶି ସେମାନଙ୍କ କ୍ୟାମ୍ପରେ ଆଧାର ପଞ୍ଜୀକରଣ ଓ ଅପଡେଟ୍ ପାଇଁ ବ୍ୟବସ୍ଥା କରିବା ଦରକାର।
ବିଭିନ୍ନ ରାଜ୍ୟର ଶାସନ ସଚିବମାନଙ୍କୁ ପଠାଯାଇଥିବା ସର୍କୁଲାରରେ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ ଏବେ କିଛି ସ୍କୁଲ ଆଧାର କାର୍ଡ ନଥିଲେ ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାଇବା ପାଇଁ ଅନୁମତି ଦେଉ ନଥିବା ନଜରକୁ ଆସିଛି।
ତେଣୁ ରାଜ୍ୟ ପ୍ରଶାସନ ଏଭଳି କାର୍ଯ୍ୟକୁ ତଦାରଖ କରିବା ସହ ଯେମିତି କୌଣସି ଛାତ୍ରଛାତ୍ରୀ ଆଧାର ଯୋଗୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେକଥା ନିଶ୍ଚିତ କରିବା ଦରକାର।
ଯଦି କୌଣସି ସଂସ୍ଥା ଆଧାର ନାଁରେ ଏଭଳି କାର୍ଯ୍ୟ କରୁଥାଏ, ତା’ହେଲେ ତାଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ୟୁଆଇଡିଏଆଇ ପକ୍ଷରୁ ଜାରି ସର୍କୁଲାରେ କୁହାଯାଇଛି।
ୟୁଆଇଡିଏଆଇର ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି।
from Odisha Reporter https://ift.tt/2NPnYvE
No comments:
Post a Comment