ଚର୍ଚ୍ଚାରେ ତହସିଲଦାରଙ୍କ ଭାଷା ଜ୍ଞାନ: ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଚର୍ଚ୍ଚାରେ ତହସିଲଦାରଙ୍କ ଭାଷା ଜ୍ଞାନ: ଦେଖନ୍ତୁ ଭିଡିଓ

ନୀଳଗିରି (ବିଶ୍ୱମ୍ୱର ଦାସ): ବାହାବା ନେବାକୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ନୀଳଗିରି ତହସିଲଦାର। ହେଲେ ଠିକ୍ ସନ୍ଧି ବିଚ୍ଛେଦକୁ ଭୁଲ ଦର୍ଶାଇ ଭାଣ୍ଡିଆ ହେଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଜାମୁନା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ଅଗଷ୍ଟ ମାସ ୨୭ ତାରିଖରେ ତହସିଲଦାର ଅଚାନକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ସେହି ସମୟରେ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢାଉଥିବା ବେଳେ ଅଞ୍ଚଳ ଶବ୍ଦର “ଞ୍ଚ”ର ସନ୍ଧିବିଚ୍ଛେଦ ନେଇ ଜଣେ ଛାତ୍ରୀଙ୍କୁ ପଚାରିଥିଲେ। ଛାତ୍ରୀ ଜଣଙ୍କ ଞ + ଚ = ଞ୍ଚ ବୋଲି କହିଥିଲେ।

ତେବେ ଏହାକୁ ଭୁଲ ଦର୍ଶାଇ ତହସିଲଦାର ମହୋଦୟା ଙ+ଚ= ଞ୍ଚ ବୋଲି କଳାପଟାରେ ଲେଖି ଶିକ୍ଷୟିତ୍ରୀଙ୍କୁ ପିଲାଙ୍କ ଆଗରେ ତାଗିଦ କରିଥିଲେ। ଏହାକୁ ଶିକ୍ଷକମାନେ ଓଡ଼ିଆ ଛବିଳ ବର୍ଣ୍ଣବୋଧ ଅନୁସାରେ ଞ + ଚ = ଞ୍ଚ  ଠିକ ବୋଲି କହିଥିବା ବେଳେ ତହସିଲଦାରଙ୍କ ଏଭଳି ଆଚରଣକୁ ସମାଲୋଚନା କରିଛନ୍ତି। ଏହି ଖବର ବ୍ୟାପିଯିବା ପରେ ବୁଦ୍ଧିଜୀବୀ ମହଲ ତହସିଲଦାରଙ୍କ ଓଡ଼ିଆ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି।



from Odisha Reporter https://ift.tt/2CuOwkO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages