
ଦୁବାଇ: ଏସିଆ କପ୍ରେ ଗତକାଲି ଏକ ମ୍ୟାଚ୍ରେ ଆଫ୍ଗାନିସ୍ତାନ ବାଂଲାଦେଶକୁ ୧୩୬ ରନ୍ରେ ହରାଇଥିଲା। ଆଉ ଏହି ମ୍ୟାଚ୍ର ଆକର୍ଷଣ ପାଲଟି ଥିଲେ ରଶିଦ ଖାନ୍। ତାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ବିବେଚନା କରାଯାଇଥିଲା।
ରଶିଦ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ। ସେ ନଟ୍ଆଉଟ୍ ରହି ୩୨ଟି ବଲ୍ରେ ୫୭ ରନ୍ କରିଥିଲେ। ସେହିପରି ୯ ଓଭର ବୋଲିଂ କରି ସେ ମାତ୍ର ୧୩ ରନ୍ ଦେଇଥିବା ବେଳେ ୨ଟି ୱିକେଟ୍ ନେଇଥିଲେ।
ସଂଯୋଗବଶତଃ ଗତକାଲି ରଶିଦଙ୍କ ଜନ୍ମଦିନ ଥିଲା। ସେ ଗତକାଲି ୨୦ ବର୍ଷରେ ପାଦ ଥାପିଛନ୍ତି।
ରଶିଦଙ୍କ ନାଁରେ ଆଉ ଏକ ରେକର୍ଡ ମଧ୍ୟ ଯୋଡ଼ି ହୋଇଛି। ଦିନିକିଆରେ ମହମ୍ମଦ ନବିଙ୍କ ସହ ସେ ମିଳିତ ଭାବେ ଆଫ୍ଗାନିସ୍ତାନ୍ର ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ହୋଇଯାଇଛନ୍ତି। ଉଭୟେ ୧୧୨ଟି ଲେଖାଏ ୱିକେଟ୍ ନେଇଛନ୍ତି।
ରଶିଦ ୫୪ଟି ମ୍ୟାଚ୍ରୁ ୧୧୨ଟି ୱିକେଟ୍ ନେଇଛନ୍ତି।
ସୁପର୍-୪ରେ ପହଞ୍ଚିଥିବା ଆଫ୍ଗାନିସ୍ତାନ୍ ଆଜି ତା’ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍ ଆବୁଧାବିରେ ଖେଳା ଯିବ।
ଭାରତୀୟ ସମୟ ଅନୁସାରେ ଅପରାହ୍ନ ୫ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ।
from Odisha Reporter https://ift.tt/2NvpK92
No comments:
Post a Comment