ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା: ବିଜେଡିର ଆଉ ୪ ନେତାଙ୍କ ନାଁରେ ମଧ୍ୟ ଏତଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା: ବିଜେଡିର ଆଉ ୪ ନେତାଙ୍କ ନାଁରେ ମଧ୍ୟ ଏତଲା

cm

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା ଦିଆଯାଇଛି। ପୁରୀ ସଚେତନ ନାଗରିକ ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅରଖକୁଦା ମେରାଇନ ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଇଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ଥାନାରେ ଏତଲା ଦେଇଛନ୍ତି।

ପୂର୍ବରୁ ସେ ପୁରୀ ଏସ୍‌ପିଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ। ତେବେ ପୁରୀ ଏସ୍‌ପି ତାଙ୍କୁ ସଂପୃକ୍ତ ଅଞ୍ଚଳରେ ଥିବା ମେରାଇନ୍‌ ଥାନାରେ ଅଭିଯୋଗ କରିବାକୁ କହିଥିଲେ।

ବିଜେଡିର ଅନ୍ୟ ୪ ନେତାଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯାଇଛି। ସେମାନେ ହେଲେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପ୍ରଦୀପ ମହାରଥୀ, ସାଂସଦ ପିନାକୀ ମିଶ୍ର ଓ ବିଧାୟକ ସଂଜୟ ଦାସବର୍ମା। ଏମାନେ ମଧ୍ୟ ଚିଲିକା ଉପରେ ହେଲିକପ୍ଟରରେ ଉଡ଼ିଥିବା ଅଭିଯୋଗ କରାଯାଇଛି।



from Odisha Reporter https://ift.tt/2DfyBqN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages