ଗରମ ପାଣିର ଫାଇଦା, ପିଅନ୍ତୁ ନିରୋଗ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଗରମ ପାଣିର ଫାଇଦା, ପିଅନ୍ତୁ ନିରୋଗ ରୁହନ୍ତୁ

ଥଣ୍ଡା ପାଣି ଆମ ଶରୀରରେ ଶୋଷ ମେଣ୍ଟାଏ। ଆଉ ଗରମ ପାଣି ଆମ ଶରୀରରେ ଥିବା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। କୁହାଯାଏ ଆମ ଶରୀରରେ ୭୦ ପ୍ରତିଶତ ଜଳ ଭରି ରହିଛି। ଆପଣଙ୍କ ପ୍ରଶ୍ନ ହୋଇପାରେ କ’ଣ ଆମେ  ଶୋଷ ମେଣ୍ଟେଇବା ପାଇଁ ସର୍ବଦା ଗରମ ପାଣି ପିଇବା ଜରୁରୀ? ସେ କଥା ନୁହଁ । ଗରମ ପାଣି ଆପଣଙ୍କୁ ସ୍ୱାଦ ଲାଗି ନପାରେ କିନ୍ତୁ ଶରରୀକୁ ଶୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ତେଣୁ ଆପଣଙ୍କୁ ସକାଳେ ଗରମ ପାଣି ପିଇବା ଜରୁରୀ। ଏହା କରିବା ଦ୍ୱାରା ଆପଣ ଅନେକ ରୋଗରୁ ଆପଣଙ୍କୁ ରକ୍ଷା କରିପାରିବେ। ତେବେ ଆସନ୍ତୁ ଜାଣିବା ଗରମ ପାଣି ପିଇବା ଦ୍ୱାରା ଆମର କ’ଣ ସବୁ ଫାଇଦା ହୋଇଥାଏ।

୧-ଗରମ ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ଦୂଷିତ ଦ୍ରବ୍ୟ ସଫା ହୋଇଥାଏ। କାରଣ ଅନେକ ସମୟରେ ଆମେ ଜଙ୍କ୍‌ ଫୁଡ୍‌ ଖାଇବା ଦ୍ୱାରା ଏହା ସହଜରେ ହଜମ ହୋଇ ନଥାଏ। ତେଣୁ ଗରମ ପାଣି ପିଇବା ଦ୍ୱାରା ଏହା ସମ୍ଭବ ହୋଇ ଥାଏ।

୨-ଯଦି ଆପଣ ଅଧିକ ମୋଟାପଣ ସମସ୍ୟାରେ ଜର୍ଜରିତ ହେଉଛନ୍ତି ତେଣୁ ନିୟମିତ ଗରମ ପାଣି ପିଅନ୍ତୁ। ଆପଣଙ୍କ ମୋଟାପଣ କମିଯାଇପାରେ।

୩- ଗରମ ପାଣି ପିଇବା ଦ୍ୱାରା ଏସିଡିଟିରୁ ମୁକ୍ତି ମିଳିଥାଏ। ସେହିପରି ଖାଦ୍ୟ ଖାଇବା ପରେ ଯଦି ହଜମ ହେଉ ନାହିଁ ତେବେ ଗରମ ପାଣି ପିଅନ୍ତୁ।

୪-ସକାଳେ ଖାଲିପେଟରେ ଏବଂ ରାତିରେ ଖାଦ୍ୟ ଖାଇବା ପରେ ଗୋଟିଏ ଗ୍ଲାସ ପାଣି ପିଇବା ଉଚିତ୍‌।

୫-ଭୋକ କମ୍‌ ଲାଗୁଥିଲେ କିମ୍ବା ଖାଦ୍ୟ ଖାଇବା ପାଇଁ ରୁଚି ହେଉ ନଥିଲେ କିମ୍ବା ପେଟ ଭାରି ହେଉଥିଲେ ଏଥିରୁ ମୁକ୍ତି ପାଇଁ ଗରମ ପାଣି ପିଅନ୍ତୁ। ଗୋଟିଏ ଗ୍ଲାସ ପାଣିରେ ଟିକେ ଲେମ୍ବୁରସ, କଳା ଲୁଣ ଏବଂ ଅଳ୍ପଟିକେ ଚାହା ପତି ମିଶାଇ ପିଅନ୍ତୁ । ଏହି ପ୍ରକ୍ରିୟା ୧୦ରୁ ୧୫ ଦିନ କଲେ ଆପଣଙ୍କର ଭୋକ ସ୍ୱାଭାବିକ୍‌ ପ୍ରକ୍ରିୟା ହୋଇ ଯିବ। ଏଥିସହ ପେଟର ଭାରିପଣ ମଧ୍ୟ ଦୂର ହୋଇ ଯିବ।

୬-ଯଦି ଆପଣଙ୍କୁ ଜ୍ୱର ହୋଇଛି ତେବେ ଆପଣଙ୍କୁ ଥଣ୍ଡା ପାଣି ପିଇବା ଅନୁଚିତ୍‌।

୭- ଯଦି ଆପଣ ଓଜନ କମାଇବା ପାଇଁ ଚାହୁଁଛନ୍ତି ତେବେ ସକାଳେ ଗୋଟିଏ ଗ୍ଲାସରେ ଲେମ୍ବୁ ଚିପୁଡ଼ି ପିଇଲେ ଓଜନ ହ୍ରାସ ହୋଇପାରେ। ଏହା ଦ୍ୱାରା ଆପଣଙ୍କ ଶରୀରରେ କ୍ୟଲୋରୀ ମଧ୍ୟ ବୃଦ୍ଧି ପାଇବ।



from Odisha Reporter https://ift.tt/2O0FqAE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages