‘ନାକ’ରୁ ଜାଣିହେବ ମହିଳାଙ୍କ ସ୍ୱଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

‘ନାକ’ରୁ ଜାଣିହେବ ମହିଳାଙ୍କ ସ୍ୱଭାବ

nose

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣ କାହା ମୁହଁକୁ ଅନାଇବେ ତେବେ ଆପଣଙ୍କୁ କେଉଁ ଅଙ୍ଗଟି ଆକର୍ଷିତ କରିଥାଏ ? ନିଶ୍ଚିତ କହିବେ ଆଖି ଓ ନାକ। ଆଖି ପରି ନାକକୁ ମଧ୍ୟ ସୁନ୍ଦରତାର ପ୍ରତୀକ କୁହାଯାଇଥାଏ। ଏହା କେବଳ ସୁନ୍ଦରତାରେ ଚାରଚାନ୍ଦ ଲଗାଇ ନଥାଏ, ଏଥିରୁ ଜଣେ ମହିଳାଙ୍କ ବ୍ୟକ୍ତିତ୍ୱ କେମିତି ତାହା ମଧ୍ୟ ଜଣାପଡ଼ିଥାଏ।
ନାକରୁ ଜଣେ ମହିଳାଙ୍କ ବ୍ୟକ୍ତିତ୍ୱ ଜାଣିବା ସମ୍ପର୍କରେ ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଏହି ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା କେଉଁ ପ୍ରକାର ନାକ ଥିଲେ ମହିଳାଙ୍କ ସ୍ୱଭାବ କେମିତି ହୋଇଥାଏ।
noseଲମ୍ବା ନାକ
ଯେଉଁ ମହିଳାଙ୍କ ନାକ ଲମ୍ବା ହୋଇଥାଏ, ସେମାନେ ଅଧିକ ପୁତ୍ର ସନ୍ତାନର ଜନନୀ ହୋଇଥାନ୍ତି ବୋଲି ସମୁଦ୍ର ଶାସ୍ତ୍ରରେ କୁହାଯାଇଛି। ଏହାସହ ଏହି ମହିଳାମାନେ ବୁଦ୍ଧିମତି ହୋଇଥାନ୍ତି। ସମୟେ ସମୟେ ଏପରି ନାକ ଥିବା ମହିଳାମାନେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିନପାରି ସମସ୍ୟାରେ ପଡ଼ିଥାନ୍ତି।
noseମୋଟା ନାକ
ଯେଉଁ ମହିଳାଙ୍କ ନାକ ମୋଟା ହୋଇଥାଏ, ସେମାନେ ମେଳାପି ହୋଇଥାନ୍ତି। ପରିବାର ଓ ସାମାଜିକ କ୍ଷେତ୍ରରେ ଏମାନେ ଅନ୍ୟମାନଙ୍କ ସହ ସହଜରେ ମିଶିଯାଇଥାନ୍ତି।
noseଚେପଟା ନାକ
ଯେଉଁ ମହିଳାଙ୍କ ନାକ ଚେପଟା ହୋଇଥାଏ ସେମାନେ ଶିକ୍ଷିତ ହେଲେ ମଧ୍ୟ ବହୁ ସମସ୍ୟରେ ଅପାଠୁଆଙ୍କ ପରି ବ୍ୟବହାର କରିଥାନ୍ତି। ତେବେ ଏପରି ମହିଳା ସେମାନଙ୍କ ପିଲାଙ୍କ ଳାଳନପାଳନ ବହୁତ ଭଲରେ କରିଥାନ୍ତି।
noseନାକ ଅଗ ଲାଲ
ଯେଉଁ ମହିଳାଙ୍କ ନାକର ଅଗ୍ରଭାବ ସବୁବେଳେ ଲାଲ ରହିଥାଏ ସେ ସବୁବେଳେ ଶାରୀରିକ ସମସ୍ୟା ଦେଇ ଗତି କରିଥାନ୍ତି। ହେଲେ ଏହି ମହିଳାମାନେ ନିଜ ମଧୁର କଥା ଓ କାର୍ଯ୍ୟ ଯୋଗୁ ଶୀଘ୍ର ସମସ୍ତଙ୍କ ପ୍ରିୟପାତ୍ର ହୋଇଯାଇଥାନ୍ତି।
noseବାମ ପଟେ କଳାଜାଈ
ଯେଉଁ ମହିଳାଙ୍କ ନାକର ବାମ ପଟେ କଳାଜାଈ ଥାଏ ସେମାନେ ବହୁତ ସ୍ନେହି ହୋଇଥାନ୍ତି। ସ୍ୱାମୀ ଓ ପରିବାର ପ୍ରତି ସମର୍ପିତ ରହିଥାନ୍ତି। ଏପରି ମହିଳାଙ୍କୁ ଚାକିରି ମିଳିବାର ସମ୍ଭାବନା ଅଧିକ ରହିଥାଏ।
noseଡାହାଣ ପଟେ କଳାଜାଈ
ଯେଉଁ ମହିଳାଙ୍କ ନାକର ଡାହାଣ ପଟେ କଳାଯାଈ ଥାଏ, ସେମାନେ ସ୍ୱଭାଗ୍ୟଶାଳୀ ଓ ସୁନ୍ଦର ପୁତ୍ରଙ୍କୁ ଜନ୍ମ ଦେଇଥାନ୍ତି ବୋଲି ସମୁଦ୍ର ଶାସ୍ତ୍ରରେ କୁହାଯାଇଛି। ଏପରି ମହିଳା ବାପ ଘର ପାଇଁ ମଧ୍ୟ ଶୁଭ ଫଳ ଆଣିଥାନ୍ତି।
noseନାକ ମଝିରେ କଳାଜାଈ
ଯେଉଁ ମହିଳାଙ୍କ ନାକର ମଧ୍ୟ ଭାବରେ କଳାଜାଈ ଥାଏ ସେମାନେ ଧନବାନ, ପୁତ୍ରବାନ ଓ ସୌଭାଗ୍ୟବାନ ହୋଇଥାନ୍ତି। ଏମାନେ କଳାପ୍ରେମୀ ହୋଇଥାନ୍ତି। ଏପରି ମହିଳା ଚାକିରି କଲେ ଉଚ୍ଚ ପଦର ଅଧିକାରୀ ହୋଇଥାନ୍ତି।
noseଶୁଆ ନାକ
ଯେଉଁ ମହିଳାଙ୍କ ନାକ ଶୁଆ ପରି ହୋଇଥାଏ ସେମାନଙ୍କ କଥା ମଧୁର ହୋଇଥାଏ। ଏମାନେ ଘର କାମରେ ଦକ୍ଷ ହୋଇଥାନ୍ତି। ଏପରି ମହିଳାଙ୍କୁ ପରିବାର ତରଫରୁ ସବୁବେଳେ ସହଯୋଗ ମିଳିଥାଏ।



from Odisha Reporter https://ift.tt/2xiCTs5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages