ଏଠି ରହିଛି ବେଶ୍ୟାବୃତ୍ତି ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ, ଚାକିରିର ବି ମିଳୁଛି ଗ୍ୟାରେଣ୍ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଏଠି ରହିଛି ବେଶ୍ୟାବୃତ୍ତି ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ, ଚାକିରିର ବି ମିଳୁଛି ଗ୍ୟାରେଣ୍ଟି

ମାଡ୍ରିଡ (ସ୍ପେନ ): କୁହାଯାଏ, ଦୁନିଆର ସବୁଠାରୁ ପୁରୁଣା ବୃତ୍ତି ହେଉଛି ବେଶ୍ୟାବୃତ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏହାକୁ ସାମାଜିକ ସ୍ୱୀକୃତି ମିଳିନାହିଁ। ବେଶ୍ୟାବୃତ୍ତିରେ ଲିପ୍ତ ମହିଳା ଓ ଯୁବତୀଙ୍କୁ ସମାଜ ଖରାପ ଦୃଷ୍ଟିରେ ଦେଖିଥାଏ। ବହୁ ଲାଞ୍ଛନା ସହି ସେମାନେ ନିଜ ଜୀବନ ବିତାଇଥାନ୍ତି।

ବେଶ୍ୟାବୃତ୍ତି କଥା ଉଠିଲେ, ଲୋକେ ବାଟ କାଟି ଅନ୍ୟ ରାସ୍ତାରେ ଚାଲିଯାଇଥାନ୍ତି। ଲୋକେ ଏ ବିଷୟରେ କଥା ହେଉଥିବା ସ୍ଥାନରେ ମଧ୍ୟ ଠିଆ ହେବାକୁ ପସନ୍ଦ କରିନଥାନ୍ତି।

ହେଲେ ଆଜି ଆମେ ଏପରି ଏକ ଖବର ଦେବାକୁ ଯାଉଛୁ, ଯାହା ଶୁଶି ଆପଣ ବି ଚକିତ ହୋଇଯିବେ।

prostitutesସ୍ପେନ୍‌ର ଏକ ଅନୁଷ୍ଠାନରେ ବେଶ୍ୟାବୃତ୍ତିକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି।

ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ସ୍ପେନ୍‌ର ଭେଲେନିକାରେ ଏକ କମ୍ପାନୀ ରହିଛି। ଏହି କମ୍ପାନୀ ବେଶ୍ୟାବୃତ୍ତିକୁ ନେଇ ଏକ ଫ୍ରଫେସ୍‌ନାଲ କୋର୍ସ ଆରମ୍ଭ କରିଛି। ସ୍ନାତକ (ଗ୍ରାଜୁଏଶନ) ସାରିଥିବା ଯୁବକଯୁବତୀଙ୍କୁ ଏହି କୋର୍ସ ପାଇଁ ଆଡମିଶନ ଦିଆଯାଉଛି। ଏଠାରେ କେବଳ ପାଠ ପଢ଼ାଯାଉନାହିଁ, ଆଡମିଶନ୍ ନେଉଥିବା ଛାତ୍ରଛାତ୍ରୀଙ୍କୁ ଚାକିରିର ଗ୍ୟାରେଣ୍ଟି ଦିଆଯାଉଛି।

‘ଡେଲି ମେଲ୍‌’ ରିପୋର୍ଟ ଅନୁସାରେ ଏହି କୋର୍ସ କରୁଥିବା ଛାତ୍ରଛାତ୍ରୀଙ୍କୁ ବେଶ୍ୟାବୃତ୍ତିର ଇତିହାସ ବିଷୟରେ ପଢ଼ାଯାଉଛି। ଏଠାରେ ସେକ୍ସ ଟଏଜ୍‌ ଓ ସେକ୍ସ ସମ୍ପନ୍ଧୀୟ ଅନ୍ୟ ସୂଚନା ଦିଆଯାଉଛି।

prostitutesଏପରି କୋର୍ସକୁ ନେଇ ବିରୋଧାଭାସ ଉଠିଥିଲା। ବହୁ ସଂଗଠନ ଏହାକୁ ସମାଲୋଚନା କରିଥିଲେ।

ଏହାପରେ କମ୍ପାନୀ ପକ୍ଷରୁ ଏକ ବୟାନ ଜାରି ହୋଇଥିଲା। ଏଥିରେ କୁହାଯାଇଥିଲା, ଏହି କୋର୍ସ ରାଷ୍ଟ୍ର ହିତରେ। ଏହି କୋର୍ସ ଜରିଆରେ ଦେହ ବ୍ୟବସାୟ ଆଇନ୍‌ ଅନୁସାରେ ହେବ ଓ ଅଧିକ ସୁରକ୍ଷିତ ରହିବ। ଏହାସହ ସେକ୍ସ ୱାର୍କର୍ସମାନେ ଆଇନ୍‌ ବିରୋଧରେ ଯାଇ କୌଣସି କାମ କରିବେ ନାହିଁ।



from Odisha Reporter https://ift.tt/2xqBcYT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages