ଚାରି ବର୍ଷର ଝିଅକୁ ଦୁଷ୍କର୍ମ: ଶିକ୍ଷକଙ୍କୁ ଫାଶୀଦଣ୍ଡ ଶୁଣାଇଲେ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଚାରି ବର୍ଷର ଝିଅକୁ ଦୁଷ୍କର୍ମ: ଶିକ୍ଷକଙ୍କୁ ଫାଶୀଦଣ୍ଡ ଶୁଣାଇଲେ କୋର୍ଟ

deathpe,,,,

ନୂଆଦିଲ୍ଲୀ:  ଚାରି ବର୍ଷର ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଅତିରିକ୍ତ ସେସନ୍ସ ଜଜ ଦିନେଶ କୁମାର ଶର୍ମା  ବୁଧବାର ଏହି  ଦଣ୍ଡ ଶୁଣାଇଛନ୍ତି। ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ସତନା ଜିଲ୍ଲାରେ। ଅଭିଯୁକ୍ତର ନାଁ ମହେନ୍ଦ୍ର ସିଂହ ଗୌଡ। ଅଭିଯୁକ୍ତ ମହେନ୍ଦ୍ର  ସରକାରୀ ସ୍କୁଲର ଅତିଥି ଶିକ୍ଷକ ବୋଲି ଜଣାପଡ଼ିଛି।

ସୌଭାଗ୍ୟାବଶତଃ ଝିଅଟି ଅଳ୍ପକେ ରକ୍ଷା ପାଇ ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି।  ଦିଲ୍ଲୀ ଏମ୍ସରେ ନାବାଳିକାର ଚିକିତ୍ସା ଜାରି ରହିଛି।

ସରକାରୀ ଓକିଲ ରାମପାଲ ସିଂହ କହିଛନ୍ତି,“ ଗତ ଜୁଲାଇ ମାସରେ ନାବାଳିକା ଜଣଙ୍କ ରାତିରେ ତାର ବାପାଙ୍କ ପାଖରେ  ଶୋଇଥିଲା। ଏହି  ସମୟ ମହେନ୍ଦ୍ର ନାବାଳିକାକୁ ଅପହରଣ କରି ନେଇ ତାକୁ ଦୁଷ୍କର୍ମ କରିଥିଲା। ନାବାଳିକା ଜଣଙ୍କ ମରିଯାଇଥିବା ଭାବି ତାଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା।

ପୁଲିସ୍‌ର କହିବା ଅନୁସାରେ, ଜୁଲାଇ ମାସରେ ମହେନ୍ଦ୍ର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ।  ସାକ୍ଷୀ ଓ ପ୍ରମାଣ ଆଧାରରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।  କୋର୍ଟରେ ୪୭ ଦିନ କେସ୍‌ ଚାଲିଥିଲା। ବୁଧବାର ଦିନ କୋର୍ଟ ମହେନ୍ଦ୍ରକୁ ଫାଶୀଦଣ୍ଡ ଶୁଣାଇଥିଲେ।



from Odisha Reporter https://ift.tt/2PSZp1D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages