
ପାଟନା: ଯୌତୁକ ଲୋଭରେ ପଶୁ ପାଲଟି ଗଲେ। ପ୍ରଥମେ ବୋହୂର ଆଖି ତାଡ଼ି ଦେଲେ ଓ ତା’ପରେ ତାକୁ ବିଷ ପିଆଇ ମାରି ଦେଲେ। ଏମିତି ଏକ ଘଟଣା ଘଟିଛି ବିହାରର ନାଳନ୍ଦା ଜିଲ୍ଲାର ଫୁଲଓରିୟା ଗାଁରେ। ମୃତ ମହିଳାଙ୍କ ନାଁ ବବିତା ଦେବୀ।
ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ରାତିରେ ଶ୍ୱଶୁର ଘର ଲୋକେ ପ୍ରଥମେ ବବିତାଙ୍କୁ ଖୁବ୍ ମାଡ଼ ମାରିଥିଲେ। ତା’ପରେ ତାଙ୍କ ଆଖି ତାଡ଼ି ଦେଇଥିଲେ। ଆଉ ତା’ପରେ ବିଷ ପିଆଇ ମାରି ଦେଇଥିଲେ।
ବବିତାଙ୍କ ମୃତଦେହକୁ ଜହାନାବାଦର ଗୋବିନ୍ଦପୁର ଗାଁରେ ଏକ ଜମିରେ ଫୋପାଡ଼ି ଦେଇଥିଲେ। ସେଠାକାର ଲୋକେ କ୍ଷତାକ୍ତ ଶବ ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଛାନ୍ଭିନ୍ କରିବା ପରେ ବବିତାଙ୍କ ସଂପର୍କରେ ଜଣାପଡ଼ିଥିଲା।
ପୁଲିସ୍ ବବିତାଙ୍କ ସ୍ୱାମୀ ସୁଧୀର କୁମାରଙ୍କୁ ଗିରଫ କରିଛି। ତେବେ ତାଙ୍କ ପରିବାରର ଆଉ ୫ ସଦସ୍ୟ ଫେରାର ଅଛନ୍ତି। ପୁଲିସ୍ ସେମାନଙ୍କୁ ଖୋଜୁଛି।
from Odisha Reporter https://ift.tt/2Q0msro
No comments:
Post a Comment