ଅଳିଆବୁହା ଗାଡ଼ିରେ ଜେଲ୍‌ରୁ ଛୁ ମାରିଲା ଦୁଷ୍କର୍ମ ଅଭିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଅଳିଆବୁହା ଗାଡ଼ିରେ ଜେଲ୍‌ରୁ ଛୁ ମାରିଲା ଦୁଷ୍କର୍ମ ଅଭିଯୁକ୍ତ

jail

ନୂଆଦିଲ୍ଲୀ: ଦୁର୍ଷ୍କମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ବ୍ୟକ୍ତି ଅଳିଆ ବୁହା ଗାଡ଼ିରେ ଜେଲ୍‌ରୁ ଚମ୍ପଟ ମାରିଛି। ଘଟଣାଟି ଘଟିଛି ହରିୟାନାର ଗୁରୁଗ୍ରାମ ଜିଲ୍ଲା ଜେଲ୍‌ରେ।

ଫେରାର୍ ଅଭିଯୁକ୍ତର ନାଁ ଅମିତ ଓରଫ୍ ଦୀପୁ। ୬ ଦିନ ତଳେ ତାକୁ ଗିରଫ କରାଯାଇଥିଲା। ତା’ ଘର ଭୋଣ୍ଡସି ଗାଁରେ।
ତାକୁ ଗୁରୁଗ୍ରାମ ଜିଲ୍ଲା ଜେଲ୍‌ରେ ରଖା ଯାଇଥିବା ବେଳେ ସେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛି। ଏହା ସହିତ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକାଲି ସନ୍ଧ୍ୟାରେ କଏଦୀଙ୍କ ଗଣତି ବେଳେ ସେ ଖସି ପଳାଇଥିବା ଜଣାପଡ଼ିଥିଲା। ତା’ପରେ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଲା ଯେ ସେ ଅପରାହ୍ନ ପ୍ରାୟ ୧ଟା ୧୫ ବେଳେ ଜେଲ୍‌ର ଅଳିଆ ବୁହା ଗାଡ଼ିରେ ଖସି ପଳାଇଛି।

ଏହି ଘଟଣା ପାଇଁ ଜେଲ୍‌ର ଚାରି ଜଣ କର୍ମଚାରୀଙ୍କୁ ଦାୟୀ କରାଯାଇଛି। ଦୀପକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।



from Odisha Reporter https://ift.tt/2xwzmXh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages