ଭଡ଼ାଘରେ ଝୁଲି ପଡ଼ିଲେ ଡିପ୍ଲୋମା ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ଭଡ଼ାଘରେ ଝୁଲି ପଡ଼ିଲେ ଡିପ୍ଲୋମା ଛାତ୍ର

student-suicid-in-bolangirr

ବଲାଙ୍ଗିର (ସସ୍ମିତା ସାହୁ): ଭଡ଼ାଘରେ ଝୁଲି ପଡ଼ିଲେ ଛାତ୍ର। ସାଙ୍ଗଙ୍କଠାରୁ ଖବର ପାଇ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା କରିଥିବା ଛାତ୍ର ଚନ୍ଦ୍ରଶେଖର ବେହେରା ବଲାଙ୍ଗିର ସରକାରୀ ପଲିଟେକ୍ନିକ୍ କଲେଜର ଡିପ୍ଲୋମା ଶେଷ ବର୍ଷରେ ପଢ଼ୁଥିଲେ।

ପୂରା ଘଟଣା ଏମିତି। ଭଦ୍ରକ ଜିଲ୍ଲାର ଚନ୍ଦ୍ରଶେଖର ଏଠାରେ ପଢ଼ୁଥିଲେ। ସେ ଶାନ୍ତିପଡ଼ାରେ ଏକ ଭଡ଼ାଘରେ ୩/୪ ଜଣ ସାଙ୍ଗଙ୍କ ସହିତ ମିଶି ରହୁଥିଲେ। ଗତ କିଛି ଦିନ ହେଲା ସେ ଅବସାଦରେ ରହୁଥିଲେ। କାହା ସହିତ ବେଶି କଥା ହେଉନଥିଲେ କି ମିଶୁ ନଥିଲେ।

ଆଜି ସକାଳେ ସବୁ ସାଙ୍ଗ କଲେଜ ଯାଇଥିଲେ। ଗଲାବେଳେ ଚନ୍ଦ୍ରଶେଖରଙ୍କୁ ମଧ୍ୟ ଡାକିଥିଲେ। ମାତ୍ର ଦେହ ଭଲ ନାହିଁ ବୋଲି ସେ କହିଥିଲେ। ତେଣୁ ସେ ରୁମ୍‌ରେ ଏକୁଟିଆ ରହିଥିଲେ।

ଦିନ ଗୋଟାଏ ବେଳେ ସାଙ୍ଗମାନେ କ୍ଲାସ ସାରି ଆସି ଚନ୍ଦ୍ରଶେଖରଙ୍କୁ ଖାଇବାକୁ ଡାକିଥିଲେ। କବାଟ ବାଡ଼େଇ ଥିଲେ ମଧ୍ୟ ସେ ଖୋଲି ନଥିଲେ। ପରେ ସେମାନେ କବାଟ ଫାଙ୍କରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ପାଇଥିଲେ ଓ ସଙ୍ଗେସଙ୍ଗେ ଏନେଇ ଥାନାକୁ ଖବର ଦେଇଥିଲେ।

ପୁଲିସ ମୃତଦେହ ଜବତ କରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛି।



from Odisha Reporter https://ift.tt/2CoHtKq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages