ବିରାଟ୍‌ କ’ଣ ସବୁବେଳେ ଭାରତକୁ ମ୍ୟାଚ୍‌ ଜିତାଇବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ବିରାଟ୍‌ କ’ଣ ସବୁବେଳେ ଭାରତକୁ ମ୍ୟାଚ୍‌ ଜିତାଇବେ!

ଲଣ୍ଡନ୍‌: ଦୀର୍ଘ ୧୧ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ୍‌ ସିରିଜ୍‌ ଜିତିବା ନେଇ ବିରାଟ୍‌ ବାହିନୀ ଯେଉଁ ସ୍ୱପ୍ନ ଦେଖିଥିଲା, ତାହା ଚୂରମାର ହୋଇଯାଇଛି। ୪ର୍ଥ ଟେଷ୍ଟ୍‌ରେ ଜିତିବାର ସୁଯୋଗ ଥିଲେ ମଧ୍ୟ ଟିମ୍‌ ଇଣ୍ଡିଆର୍‌ ଖେଳାଳିମାନେ ଏହାକୁ ହାତଛଡ଼ା କରିଛନ୍ତି।

ଏହି ଟେଷ୍ଟ୍‌କୁ ଟିମ୍‌ ଇଂଲଣ୍ଡ ୬୦ ରନ୍‌ରେ ଜିତିବା ସହ ୫ ଟିକିଆ ସିରିଜ୍‌କୁ ମଧ୍ୟ କବଜା କରିନେଇଛି। ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ଙ୍କ ବିଫଳତା ହିଁ ପରାଜୟର ମୁଖ୍ୟ କାରଣ ବୋଲି ଅନେକ ପୂର୍ବତନ ଖେଳାଳି ଏବଂ କ୍ରିକେଟ୍‌ ବିଶେଷଜ୍ଞମାନେ ମତ ଦେଇଛନ୍ତି।

କିମ୍ବଦନ୍ତୀ ବ୍ୟାଟ୍‌ସମ୍ୟାନ୍‌ ସୁନୀଲ ଗାଭାସ୍କର କହିଛନ୍ତି, “ଭାରତୀୟ ବ୍ୟାଟିଂ ଅର୍ଡର ସର୍ବଦା ଅଧିନାୟକ ବିରାଟ୍‌ କୋହଲିଙ୍କ ଉପରେ ନିର୍ଭର କରୁଛି। ବିରାଟ୍‌ ଯେ ସର୍ବାଦା ଭାରତକୁ ଏକାକୀ ମ୍ୟାଚ୍‌ ଜିତାଇବେ, ଏହା ସମ୍ଭବ ନୁହେଁ। କାରଣ ସେ ବି ମଣିଷ, ଭୁଲ ଓ ଠିକ୍‌ ସେ ବି କରିପାରନ୍ତି। ତଥାପି ତୃତୀୟ ଟେଷ୍ଟ୍‌ରେ ବିରାଟ୍‌ ହିଁ ଅଧିକ ରନ୍‌ କରିଥିଲେ। ଫଳରେ ଇଂଲଣ୍ଡ ଉପରେ ଚାପ ସୃଷ୍ଟି ହୋଇଥିଲା।”

“ତେବେ ବିରାଟ୍‌ ଯେ ସବୁବେଳେ ଭଲ୍‌ ବ୍ୟାଟିଂ କରିବେ, ତାହା କହିହେବ ନାହିଁ। ଦଳ ପାଇଁ ସର୍ବଦା ଶତକ ହାସଲ କରିବା ସମ୍ଭବ ନୁହେଁ। ସେ ଏକାକୀ ସର୍ବଦା ଭାରତକୁ ଜିତାଇ ପାରିବେ ନାହିଁ। କାରଣ ସେ ଜଣେ ମଣିଷ। ବିରାଟ୍‌ ଚଳିତ ସିରିଜ୍‌ରେ ୫୪୪ ରନ୍ ସଂଗ୍ରହ କରି ୧ ନଂ ସ୍ଥାନରେ ରହିଛନ୍ତି” ବୋଲି ଗାଭାସ୍କର କହିଛନ୍ତି।

ପୂର୍ବତନ ଅଧିନାୟକ ମହମ୍ମଦ ଅଝାରୁଦ୍ଦିନ ମଧ୍ୟ ଟପ୍‌ ଅର୍ଡରର ବିଫଳତା ଯୋଗୁ ଟିମ୍‌ ଇଣ୍ଡିଆ ସୁଯୋଗ ହାତଛଡ଼ା କଲା ବୋଲି କହିଛନ୍ତି। ୪ର୍ଥ ଟେଷ୍ଟ୍‌ରେ ବିରାଟ୍‌ ଏବଂ ରାହଣେଙ୍କୁ ଛାଡ଼ି ଦେଲେ କୌଣସି ଖେଳାଳି ଦାୟିତ୍ୱ ନେଇ ବଡ଼ ପାଳି ଖେଳିବାକୁ ଚେଷ୍ଟା କଲେନି। ଫଳରେ ଭାରତକୁ ପୁଣି ଗୋଟିଏ ସିରିଜ୍‌ ହାତଛଡ଼ା କରିବାକୁ ପଡ଼ିଲା ବୋଲି ସେ କହିଛନ୍ତି।

୪ର୍ଥ ଟେଷ୍ଟ୍‌କୁ ଜିତିବା ପାଇଁ ଟିମ୍‌ ଇଂଲଣ୍ଡ ଭାରତ ଆଗରେ ୨୪୫ ରନ୍‌ର ଟାର୍ଗେଟ ରଖିଥିଲା। ବିରାଟ୍‌ ୫୮ ରନ୍‌ କରିଥିବା ବେଳେ ରାହଣେ ୫୧ ରନ୍‌ର ଇନିଂସ୍‌ ଖେଳିଥିଲେ। କିନ୍ତୁ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଇଂଲଣ୍ଡ ବୋଲର୍‌ଙ୍କ ମୁକାବିଲା କରିପାରି ନଥିଲେ। ଫଳରେ ଦଳ ୬୦ ରନ୍‌ରେ ପରାସ୍ତ ହୋଇଥିଲା। ପୂର୍ବରୁ ୨-୧ରେ ପଛରେ ଥିବା ଟିମ୍‌ ଇଣ୍ଡିଆ ୩-୧କୁ ଖସିବା ସହ ଗୋଟିଏ ମ୍ୟାଚ୍‌ ପୂର୍ବରୁ ସିରିଜ୍‌ ହରାଇଛି।



from Odisha Reporter https://ift.tt/2Q3M4UL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages