ଭୟଙ୍କର ବିସ୍ଫୋରଣ: ଜଣେ ମୃତ, ୮ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଭୟଙ୍କର ବିସ୍ଫୋରଣ: ଜଣେ ମୃତ, ୮ ଗୁରୁତର

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରୋଷେଇ ଗ୍ୟାସ୍‌ ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଅଞ୍ଚଳର ୪୦ ଘରର ଛାତ ଉଡ଼ି ଯାଇଛି। ଆଜି ଏମିତି ଏକ ଭୟଙ୍କର ଘଟଣା ଷ୍ଟିଲ୍‌ ସିଟି ରାଉରକେଲାରେ ଘଟିଛି।

ପୂରା ଘଟଣା ଏମିତି। ମଧୂସୁଦନପାଲି ନିକଟ ତେଲୁଗୁ ବସ୍ତିରେ ଜବାହର ଶ୍ରୀବାସ୍ତବଙ୍କ ଘର। ଆଜି ତାଙ୍କ ଘରେ ଗ୍ୟାସ୍‌ରେ ରୋଷେଇ ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ଘରର ଛାତ ଉଡି ଯାଇଥିଲା। ଛାତ ତଳେ ଚାପିହୋଇ ସାନ ବୋହୂ ରେଖା ଶ୍ରୀବାସ୍ତବଙ୍କର ମୃତ୍ୟୁ ଘଟିଥିବା ବେଳେ ଡଲି ଶ୍ରୀବାସ୍ତବ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍‌ରେ ଭର୍ତ୍ତି ରାଯାଇଛି।

ବିସ୍ଫୋରଣ ସମୟରେ ଜଣେ ୫ ବର୍ଷର ପିଲା ଜବାହରଙ୍କ ଘରେ ଆଗରେ ଖେଳୁଥିଲେ। ସେ ମଧ୍ୟ ଗୁରୁତର ଆହତ ହୋଇଛି। ତାଙ୍କୁ ପ୍ରଥମେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ତା’ର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ବିସ୍ଫୋରଣରେ ଜବାହରଙ୍କ ଘର ଆଖପାଖରେ ରହୁଥିବା ୪୦ ପରିବାରଙ୍କ ଘରର ଛାଡ଼ ଉଡି ଯାଇଛି। କାହାର ଆଜ୍‌ବେଷ୍ଟସ୍‌ ଛାତ ଭାଙ୍ଗି ପଡ଼ିଛି ତ ଆଉ କାହାର ଘରର କାନ୍ଥ ଭାଙ୍ଗି ଯାଇଛି। ଉଦ୍ଧାରକାରୀ ଦଳ ବସ୍ତିରେ ପହଞ୍ଚି ବିଭିନ୍ନ ସ୍ଥାନରୁ ୫ ଜଣ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି।

ପ୍ରାଥମିକ ଅନୁସନ୍ଧାନରୁ ଏହା ସାମାନ୍ୟ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ପରି ଲାଗୁନଥିବା ପୁଲିସ କହିଛି। ଏବେ ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜବାହର ଘରେ ବାଣ ରଖିଥିଲେ। ଯେଉଁଥିରେ ନିଆଁ ଲାଗିବା ପରେ ଏପରି ଭୟଙ୍କର ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି।



from Odisha Reporter https://ift.tt/2xjvYPr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages