ନୂଆ ଫିଚର୍‌ ଆଣୁଛି ହ୍ୱାଟ୍ସଆପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ନୂଆ ଫିଚର୍‌ ଆଣୁଛି ହ୍ୱାଟ୍ସଆପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ‘ହ୍ୱାଟ୍ସ୍‌ଆପ୍‌’ରେ ଖୁବ୍‌ଶୀଘ୍ର କିଛି ନୂଆ ଫିଚର ଆସୁଛି। ଏହା ମଧ୍ୟରେ ୟୁଜର୍ସଙ୍କ ଚାହିଦାକୁ ଗୁରୁତ୍ୱ ଦେଇ କମ୍ପାନୀ ଡାର୍କ ମୋଡ୍‌ ଭଳି ବିଶେଷ ଫିଚର୍‌ ରଖିଛି। ମିଳିଥିବା ସୂଚନା ଅନୁସାରେ, ଡାର୍କ ମୋଡ୍‌ ଉପରେ ଏବେ କାମ ଚାଲିଛି ଏବଂ ଖୁବ୍‌ ଶୀଘ୍ର କମ୍ପାନୀ ପକ୍ଷରୁ ଏହାର ଅପ୍‌ଡେଟ୍‌ ଦିଆଯିବ। ପୂର୍ବରୁ ୟୁଟ୍ୟୁବ୍‌ ଓ ଟ୍ୱିଟର୍‌ରେ ଏହି ଡାର୍କ ମୋଡ୍ ଦିଆସରିଛି।
ସୂଚନା ଅନୁସାରେ, ହ୍ୱାଟ୍ସଆପ୍‌ରେ ‘ସ୍ୱାଇପ୍‌ ଟୁ ରିପ୍ଲାଏ’ ଫିଚର୍ ମଧ୍ୟ ଦିଆଯିବ। ଏହି ଫିଚର୍‌ଟି ପୂର୍ବରୁ iOS ୟୁଜର୍‌ଙ୍କୁ ଦିଆସରିଛି। ଏବେ ଏହା ଆଣ୍ଡ୍ରଏଡ୍‌ ଫୋନ୍‌ରେ ଦିଆଯିବ। ‘ସ୍ୱାଇପ୍‌ ଟୁ ରିପ୍ଲାଏ’ ଫିଚର୍ ଦ୍ୱାରା ୟୁଜର୍ସ ରାଇଟ୍‌କୁ ସ୍ୱାଇପ୍‌ କରି ମେସେଜ୍‌ର ରିପ୍ଲାଏ ଦେଇପାରିବେ। ପୂର୍ବରୁ ମେସେଜ୍‌ ଆସିଲେ, ଆପଣଙ୍କୁ ଏହାକୁ ଓପନ୍‌ କରି ସିନ୍‌ କରିବାକୁ ପଡ଼ୁଥିଲା। ଏବେ କିନ୍ତୁ ଆପଣ ଏହାକୁ ଓପନ୍‌ ନକରି ସେହି ନୋଟିଫିକେଶନ୍‌ରେ ହିଁ ମେସେଜ୍‌ ପଢ଼ି ପାରିବେ। ଡାର୍କ ମୋଡ୍‌ ଫିଚର୍‌ରେ ବ୍ୟାକ୍‌ ଗ୍ରାଉଣ୍ଡ୍‌ କଳା ରହିବ ଓ ଟେକ୍ସ୍‌ଟ୍‌ଗୁଡ଼ିକ ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ। ଏହି ଫିଚର୍‌ 2.18.282 ହ୍ୱାଟ୍ସଆପ୍‌ ଭର୍ସନ୍‌ରେ ମିଳିବ।
ନିକଟରେ ହ୍ୱାଟ୍ସଆପ୍‌ ଏକ ନୂଆ ଫିଚର୍ ଜାରି କରିଛି, ଯେଉଁଥିରେ ନୋଟିଫିକେଶନ୍‌ ପ୍ୟାନେଲ୍‌ରୁ ହିଁ ମିଡିଆ ଫାଇଲ୍‌ଗୁଡ଼ିକୁ ଦେଖିବାର ବିକଳ୍ପ ସୁବିଧା ମିଳିବ। ଏହା ପୂର୍ବରୁ କୌଣସି ମିଡିଆ ଫାଇଲ୍‌କୁ ନୋଟିଫିକେଶନ୍‌ରେ ଦେଖି ହେଉନଥିଲା। କାରଣ ଏଥିରେ ଫଟୋ ଜାଗାରେ କେବଳ କ୍ୟାମେରାର ଆଇକନ୍‌ ଆସୁଥିଲା। ତେବେ ନୂଆ ଫିଚର୍‌ଗୁଡ଼ିକ ଆସିବା ପରେ ହ୍ୱାଟସ୍‌ଆପ୍‌ ୟୁଜରଙ୍କ ପାଇଁ ଏହାର ବ୍ୟବହାର ଆହୁରି ସହଜ ଓ ମଜାଦାର ହୋଇଯିବ।



from Odisha Reporter https://ift.tt/2OtGERP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages