ବିଜେଡିକୁ ଦାମଙ୍କ ବାଣ: କହିଲେ ଚକ୍ରବ୍ୟୁହରେ ଫସି ବଦ୍‌ନାମ ହେଉଛନ୍ତି ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ବିଜେଡିକୁ ଦାମଙ୍କ ବାଣ: କହିଲେ ଚକ୍ରବ୍ୟୁହରେ ଫସି ବଦ୍‌ନାମ ହେଉଛନ୍ତି ନବୀନ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଜେଡିକୁ ଦାମଙ୍କ ବାଣ। କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ଫସି ମୁଖ୍ୟମନ୍ତ୍ରୀ ବଦନାମ ହେଉଛନ୍ତି ବୋଲି କହିଛନ୍ତି ଦାମ। ବିଜେଡିର ବରିଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଛାଡ଼ିଥିବା ଅସ୍ତ୍ରରେ ବିଜେଡି ପୁଣି ଘାଇଲା ହୋଇଛି। ମେ’ ୨୯ର ଖଳନାୟକ ଏବେ ବିଜେଡିର ସର୍ବେସର୍ବା ବୋଲି କହି ଅଭିଯୋଗ ଆଣିଛନ୍ତି ବିଜେଡିର ଏହି ପୁରୁଖା ନେତା।

କେବଳ ଏତିକି ନୁହେଁ ଯାଜପୁରର ପ୍ରସ୍ତାବିତ ତୈଳ ଭଣ୍ଡାର ପ୍ରକଳ୍ପକୁ କରାଇ ନଦେଇ  ଡଙ୍କାରୀ ପାହାଡଡ଼ରୁ ଖଣିଜପଦାର୍ଥ ଲୁଟୁଥିବା ଲୋକଙ୍କୁ ସ୍ଥାନୀୟ ବିଜେଡି ବିଧାୟକ ଓ ଜିଲ୍ଲା ପ୍ରଶାସନର ସହୟତା କଥା ଉଠାଇ ବର୍ଷିଛନ୍ତି ଦାମ । କାହା ନାମ ନେଇ ନଥିଲେ ବି ଏହି ଖଳନାୟକ କରୁଥିବା ଦୋଷ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟଶ୍ଚିତ କରିବାକୁ ପଡିବ ବୋଲି କହିଛନ୍ତି ଦାମ। ସପ୍ତାହରେ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଗୁଇନ୍ଦା ରିପୋର୍ଟ ଦେବାର ବ୍ୟବସ୍ଥା ଥିଲେ ବି ଏହା ଦିଆ ଯାଉନାହିଁ ବୋଲି ଅଭିଯୋଗ ବି ଆଣିଛନ୍ତି ଦାମ ।

ବିଜୁଙ୍କ ସଭାରେ ଖଣ୍ଡା ବୁଲାଇଥିବା ଲୋକ ଏବେ ବିଜେଡିର ମୁଖପାତ୍ର ବୋଲି କହି କିଛି ନେତାଙ୍କୁ ବି ଟାର୍ଗେଟ କରିଛନ୍ତି ଦାମୋଦର ରାଉତ। ତେବେ ଦଳୀୟ ଫୋରମରେ ଏସବୁ କଥା ଆଲୋଚନା ପାଇଁ ଦାମଙ୍କୁ ପରାମର୍ଶ ଦେଇଛି ବିଜେଡି । ନିଜ ଅନୁଭବରୁ ଅନୁଭୁତି ସ୍ତମ୍ଭ ପାଇଁ ବି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଦାମ। ଏଥିରେ ଯାଜପୁର ଡଙ୍କାରୀ ପାହାଡ ଲୁଟର କଥା ଉଠାଇ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରିଛନ୍ତି ଦାମ। ଏମାନଙ୍କ ଚକ୍ରାନ୍ତ ଯୋଗୁ ଏଠାରେ ହେବାକୁ କେନ୍ଦ୍ର ସରକାରଙ୍କ ତୈଳ ଭଣ୍ଡାର ପ୍ରକଳ୍ପ ହୋଇପାରୁନି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ସେ।

ପଥର ଖାଦାନ ବନ୍ଦ ନେଇ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ବି ଏଠି କିପରି ବେଆଇନ ଖାଦାନ ଚାଲିଛି ସେ ନେଇ ପ୍ରଶ୍ନ ଉଠାଇବା ସହ ଦାୟୀ ସରକାରୀ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଲେଖିଛନ୍ତି ଦାମୋଦର। ମନ୍ତ୍ରୀ ପଦ ଯିବା ପରେ କିଛି ଦିନ ହେବ ବିଭିନ୍ନ ପ୍ରସଙ୍ଗକୁ ନେଇ ଦାମ ଛାଡୁଥିବା ଗୋଟିଏ ପରେ ଗୋଟିଏ  ବାଣ ବିଜେଡିକୁ ହରଡ଼ଘଣାରେ ପକାଇଛି।



from Odisha Reporter https://ift.tt/2Na6Fbw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages