ଚକଲେଟ୍‌ ଦେବାକୁ କହି ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଚକଲେଟ୍‌ ଦେବାକୁ କହି ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ମୃତ

ପୁଣେ: ଜଣେ ବୟସ୍କ ବ୍ୟକ୍ତି ଓ ଜଣେ ୧୭ ବର୍ଷୀୟ ବାଳକ ମିଳିତ ଭାବେ ଦୁଇ ଜଣ ୧୨ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି। ରବିବାର ପୁଣେଠାରେ ଏହି ଘଟଣା ଘଟିଥିଲା। ତେବେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକାଙ୍କ ମୃତ୍ୟୁ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ପୁଣେର ହିଞ୍ଜାୱାଡି ଅଞ୍ଚଳରେ ଥିବା ଏକ ମନ୍ଦିରକୁ ସ୍ଥାନୀୟ ଅଞ୍ଚଳର ଦୁଇଜଣ ନାବାଳିକା ଯାଇଥିଲେ। ଏହି ସମୟରେ ଦୁଇ ଅଭିଯୁକ୍ତ ସେମାନଙ୍କୁ ଚକଲେଟ୍‌ ଦେବେ ବୋଲି ପ୍ରଲୋଭିତ କରାଇ ଏକ ନିଛାଟିଆ ସ୍ଥାନକୁ ନେଇଯାଇ ଥିଲେ। ସେଠାରେ ଅଭିଯୁକ୍ତ ଦ୍ୱୟ ନାବାଳିକାମାନଙ୍କ ସହ ଦୁଷ୍କର୍ମ କରିଥିଲେ। ଯଦି ଏକଥା ପୀଡ଼ିତାମାନେ କାହାକୁ କୁହନ୍ତି, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଅଭିଯୁକ୍ତ ଦ୍ୱୟ ସେମାନଙ୍କୁ ଧମକ ଦେଇଥିଲେ। ଫଳରେ ସେମାନେ ଏକଥା କାହାକୁ କହିନଥିଲେ।

ତେବେ ଗତକାଲି ଜଣେ ପୀଡ଼ିତା ଭୀଷଣ ଯନ୍ତ୍ରଣା ଓ ଦୁର୍ବଳତା ଅନୁଭବ କରିବାରୁ, ପରିବାର ଲୋକ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ଝିଅଟି ସହ ଦୁଷ୍କର୍ମ ହୋଇଥିବା କହିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ପୁଲିସ୍‌ ପୀଡ଼ିତାଙ୍କୁ ପଚରାଉଚରା କରିବାକୁ ଚାହୁଁଥିଲେ ହେଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେ କିଛି କହିପାରି ନଥିଲେ। ଶେଷରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ପୁଲିସ୍‌ ତାଙ୍କ ସାଙ୍ଗ ତଥା ଦୁଷ୍କର୍ମର ଶିକାର ହୋଇଥିବା ଅନ୍ୟଜଣେ ନାବାଳିକାଙ୍କୁ ଜେରା କରି ପୂରା ତଥ୍ୟ ହାସଲ କରିଛି।

ପୁଲିସ୍‌ ଏହି ଘଟଣାରେ ଗଣେଶ ନିକାମ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।



from Odisha Reporter https://ift.tt/2xr4OG9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages