କଂଗ୍ରେସକୁ ମାୟାବତୀଙ୍କ ଝଟ୍‌କା, ଛତିଶଗଡ଼ରେ ଅଜିତ୍‌ ଯୋଗୀଙ୍କ ସହ କରିବେ ମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

କଂଗ୍ରେସକୁ ମାୟାବତୀଙ୍କ ଝଟ୍‌କା, ଛତିଶଗଡ଼ରେ ଅଜିତ୍‌ ଯୋଗୀଙ୍କ ସହ କରିବେ ମେଣ୍ଟ

ନୂଆଦିଲ୍ଲୀ: ବିରୋଧୀଙ୍କୁ ନେଇ ମୋଦି ସରକାରଙ୍କ ବିରୋଧରେ ମହାଗଠବନ୍ଧନ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଛତିଶଗଡ଼ରେ କଂଗ୍ରେସ ସହ କୌଣସି ପ୍ରକାରର ମେଣ୍ଟ କରାଯିବ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି।

କଂଗ୍ରେସ ବଦଳରେ ମାୟାବତୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଅଜିତ୍‌ ଯୋଗୀଙ୍କ ଛତିଶଗଡ଼ ଜନତା କଂଗ୍ରେସ ସହ ମେଣ୍ଟ କରିବେ ବୋଲି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଛତିଶଗଡ଼ର ୩୫ଟି ଆସନରେ ବିଏସ୍‌ପି ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଛତିଶଗଡ଼ ଜନତା କଂଗ୍ରେସ ୫୫ଟି ଆସନରେ ପ୍ରାର୍ଥୀ ଦେବ। ଯଦି ଏହି ମେଣ୍ଟ ରାଜ୍ୟରେ କ୍ଷମତା ଦଖଲ କରିବ, ତା’ହେଲେ ଅଜିତ ଯୋଗୀ ହିଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହେବେ ବୋଲି ମାୟାବତୀ କହିଛନ୍ତି।

ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ କଂଗ୍ରେସରୁ ବହିଷ୍କୃତ ହେବା ପରେ ଛତିଶଗଡ଼ ଜନତା କଂଗ୍ରେସ ନାଁରେ ଦଳ ଗଢ଼ିଥିଲେ।

ଯୋଗୀ କହିଛନ୍ତି, ବିଜେପି ଏଠାରେ ୧୫ ବର୍ଷ ହେଲା ଶାସନ କରି ଆସୁଛି। ବିଜେପି କ୍ଷମତାର ଅପବ୍ୟବହାର କରି ଲୋକଙ୍କ ସହ ବିଶ୍ୱାସଘାତକତା କରିଚାଲିଛି। କିନ୍ତୁ ମାୟାବତୀ ଓ ଛତିଶଗଡ଼ ଜନତା କଂଗ୍ରେସ ନିଶ୍ଚିତ ଭାବେ ଏଥର ବିଜେପିକୁ ଅଟକାଇବାରେ ସକ୍ଷମ ହେବେ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ପୂର୍ବରୁ କଂଗ୍ରେସ ଓ ମାୟାବତୀଙ୍କ ବିଏସ୍‌ପି ଏଠାରେ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା।



from Odisha Reporter https://ift.tt/2PO4W9x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages