କନ୍ୟାର ହ୍ୱାଟସ୍‌ଆପ୍‌ ନିଶା ଯୋଗୁ ଭାଙ୍ଗିଗଲା ବାହାଘର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

କନ୍ୟାର ହ୍ୱାଟସ୍‌ଆପ୍‌ ନିଶା ଯୋଗୁ ଭାଙ୍ଗିଗଲା ବାହାଘର!

t-matrimonia

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହ୍ୱାଟସ୍‌ଆପ୍ ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଟାଇମ୍‌ପାସ୍‌ କରିବାର ଏକ ବଡ଼ ମାଧ୍ୟମ ପାଲଟିଛି। ଏହି ହ୍ୱାଟସ୍‌ଆପ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଉତ୍ତରପ୍ରଦେଶରେ ଜଣେ ଯୁବତୀଙ୍କର ବାହାଘର ଭାଙ୍ଗି ଯାଇଛି। ଏହି ଘଟଣା ସେହି ଅଞ୍ଚଳରେ ବ୍ୟାପକ ଚର୍ଚ୍ଚା ସୃଷ୍ଚି କରିଛି।

ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ।

WhatsAppବାହାଘର ପାଇଁ ସବୁ କଥାବାର୍ତ୍ତା ସରିବା ପରେ କନ୍ୟା ଜଣଙ୍କ ଅଧିକ ସମୟ ଧରି ହ୍ୱାଟସ୍‌ଆପ୍‌ରେ ମାତୁଥିବାର ଖବର ପାଇବା ପରେ ବରପକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିବା ଜଣାପଡ଼ିଛି।

ଅମରୋହା ଜିଲ୍ଲା ପୁଲିସ୍‌ ଏହି ସୂଚନା ଦେଇଛି। ପୁଲିସ୍‌ ଦୁଇପକ୍ଷର ବୟାନ୍‌ ରେକର୍ଡ କରିବା ପରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି।

girlସୂଚନା ଅନୁସାରେ ଗତ ବୁଧବାର ବାହାଘର ହେବାର ନିଷ୍ପତ୍ତି ହୋଇଥିଲା। ବିବାହ ଉତ୍ସବ ପାଇଁ ସମସ୍ତ ଆୟୋଜନ ସରିଥିଲା ଓ ବାହାଘର ଦିନ କନ୍ୟା ଏବଂ ତାଙ୍କ ସମ୍ପର୍କୀୟ ବରଯାତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ। କିନ୍ତୁ ବରଯାତ୍ରୀ ଆସିବାର କିଛି ସମୟ ପୂର୍ବରୁ ଫୋନ୍‌ ଆସିଥିଲା ଯେ, ପୁଅଘର ଲୋକ ଏହି ବାହାଘର କରିବାକୁ ଚାହୁଁନାହାନ୍ତି।

ଝିଅ ଅଧିକ ସମୟ ହ୍ୱାଟସ୍‌ଆପ୍‌ରେ ସମୟ ଅତିବାହିତ କରୁଥିବାରୁ ଏହି ବାହାଘର ହୋଇପାରିବ ନାହିଁ ବୋଲି ବରପକ୍ଷ କହିଥିଲେ।

ବରପକ୍ଷ ଲୋକଙ୍କର ଏହି ‘କାରଣ’କୁ ବିଶ୍ୱାସ ନକରି ବାହାଘର ଭାଙ୍ଗିବାର ଅନ୍ୟ କୌଣସି କାରଣ ରହିଛି ବୋଲି କନ୍ୟାପକ୍ଷ ଯୁକ୍ତି ବାଢ଼ିଛନ୍ତି।

ବରପକ୍ଷ ଯୌତୁକ ବାବଦରେ ୬୫ ଲକ୍ଷ ଟଙ୍କା ଦାବି କରୁଥିଲେ ଏବଂ ଦାବି ପୂରଣ ନହେବାରୁ ବାହାଘର ଭାଙ୍ଗି ଦେଇଛନ୍ତି ବୋଲି ଝିଅର ବାପା ପୁଲିସ୍‌କୁ କହିଛନ୍ତି।

ତେବେ ଏନେଇ ଅମରୋହା ଜିଲ୍ଲା ଏସ୍‌ପି ବିପିନ୍‌ ତାଡା କହିଛନ୍ତି, “ବରପକ୍ଷର ଅଭିଯୋଗ ଅନୁସାରେ ୫ ସେପ୍ଟେମ୍ୱର ତାରିଖରେ ବାହାଘର ହେବାର ଯୋଜନା ରହିଥିଲା। କିନ୍ତୁ ବିବାହ ପୂର୍ବରୁ କନ୍ୟା ଜଣଙ୍କ ତାଙ୍କ ଶାଶୂଘର ଲୋକଙ୍କୁ ବହୁ ସଂଖ୍ୟାରେ ମେସେଜ୍‌ ପଠାଇଥିଲେ। ଝିଅଟି ହ୍ୱାଟସ୍‌ଆପ୍‌ର ଏପରି ମାତ୍ରାଧିକ ବ୍ୟବହାର କରୁଥିବାରୁ ବରପକ୍ଷ ଲୋକ ବିରକ୍ତ ହୋଇ ବାହାଘର ଭାଙ୍ଗିବାର ନିଷ୍ପତ୍ତି ନେଇଥିଲେ। “



from Odisha Reporter https://ift.tt/2N20Rlg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages