ସ୍କୁଲ ଭ୍ୟାନ୍‌ରେ ଶିଶୁକୁ ଦୁଷ୍କର୍ମ କଲା କଣ୍ଡକ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ସ୍କୁଲ ଭ୍ୟାନ୍‌ରେ ଶିଶୁକୁ ଦୁଷ୍କର୍ମ କଲା କଣ୍ଡକ୍ଟର

ଭୋପାଲ୍‌: ମଧ୍ୟପ୍ରଦେଶରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୩ ବର୍ଷୀୟ ପ୍ରି-ନର୍ସରୀ ଛାତ୍ରୀଙ୍କୁ ସ୍କୁଲ ଭ୍ୟାନ୍‌ ଭିତରେ କଣ୍ଡକ୍ଟର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ପୀଡ଼ିତା ଓ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ କଣ୍ଡକ୍ଟର୍‌ଙ୍କୁ ଅଟକ ରଖିଛି।

ତେବେ ଭ୍ୟାନ୍ କଣ୍ଡକ୍ଟର ଜଣଙ୍କ ନିଜକୁ ନାବାଳକ ବୋଲି ଦାବି କରୁଥିବାରୁ ପୁଲିସ୍‌ ଏବେ ତା’ର ପ୍ରକୃତ ବୟସକୁ ଜାଣିବା ପାଇଁ ତଥ୍ୟ ସଂଗ୍ରହ କରୁଛି।

ପୁଲିସ୍‌ର ସୂଚନା ଅନୁଯାୟୀ,ଗୁରୁବାର ଦିନ ଭୋପାଲ୍‌ରେ ଥିବା ସ୍କୁଲ୍‌ରୁ ପୀଡ଼ିତା ଶିଶୁଟି ସ୍କୁଲ ଭ୍ୟାନ୍‌ରେ ଘରକୁ ଫେରୁଥିବା ବେଳେ ଗାଡ଼ିର କଣ୍ଡକ୍ଟର୍‌ ଶିଶୁଟିକୁ ଏକାକୀ ପାଇଁ ଦୁଷ୍କର୍ମ କରିଥିଲା। ଏଥିସହ ଏକଥା କାହାକୁ ନ କହିବାକୁ ଧମକ ମଧ୍ୟ ଦେଇଥିଲା। ତେବେ ଶିଶୁଟି ଘରେ ପହଞ୍ଚିବା ପରେ ତାଙ୍କ ମା’ଙ୍କୁ ସବୁ କଥା କହିଥିଲା।

ଏହାପରେ ପରିବାର ଲୋକ ପୁଲିସ୍‌ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଗତକାଲି ବିଳମ୍ବିତ ରାତିରେ ଭ୍ୟାନ୍‌ କଣ୍ଡକ୍ଟରକୁ ଥାନାରେ ଅଟକ ରଖିଛି। ଅଭିଯୁକ୍ତ ଜଣଙ୍କ ନିଜର ବୟସ ୧୭ ବୋଲି କହୁଥିବାରୁ ପୁଲିସ୍‌ ତାକୁ ଗିରଫ କରିପାରି ନାହିଁ। ଯଦି ସେ ନାବାଳକ ହୋଇଥିବ, ତା’ହେଲେ ତାଙ୍କୁ ବାଳ ସୁଧାର ଗୃହକୁ ପଠାଯିବ ବୋଲି ଜଣାପଡ଼ିଛି।

ତଥାପି ପୁଲିସ୍‌ ଅଭିଯୁକ୍ତ ନାଁ ‘ପକସୋ’ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମଧ୍ୟପ୍ରଦେଶ ସରକାର ୧୨ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ସହ ଦୁଷ୍କର୍ମ କଲେ ଦୋଷୀକୁ ଫାଶୀଦଣ୍ଡ ମିଳିବ ବୋଲି ଏକ ସ୍ୱତନ୍ତ୍ର ଆଇନ୍‌ ପ୍ରଣୟନ କରିଛନ୍ତି। ତେଣୁ ଯଦି ଏହି କଣ୍ଡକ୍ଟର ଜଣଙ୍କ ପ୍ରାପ୍ତ ବୟସ୍କ ବୋଲି ଜଣାପଡ଼ିବ, ତା’ହେଲେ ତା’ ର ବିଚାର ଫାଷ୍ଟଟ୍ରାକ୍‌ କୋର୍ଟରେ କରାଯାଇ ତୁରନ୍ତ ଦଣ୍ଡବିଧାନ କରାଯିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2pofbGu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages