ଆୟାର ମନ୍ତବ୍ୟ ଉପରେ ଗୃହ କମିଟି ବୈଠକ ଶନିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ଆୟାର ମନ୍ତବ୍ୟ ଉପରେ ଗୃହ କମିଟି ବୈଠକ ଶନିବାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା, ଓଡ଼ିଆ, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର ସୋଶାଲ ମିଡିଆରେ ଦେଇଥିବା ମନ୍ତବ୍ୟ ଉପରେ ଅନୁଧ୍ୟାନ ପାଇଁ ଗଠିତ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ ଶନିବାର ବସିବ।

ଏ ସମ୍ପର୍କରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଅଭିଜିତ୍ ଆୟାର ମିତ୍ରଙ୍କ ମନ୍ତବ୍ୟରେ ଓଡ଼ିଶାର ବିଧାୟକମାନଙ୍କର ସ୍ୱାଧିକାର କ୍ଷୁଣ୍ଣ ହୋଇଛି କି ନାହିଁ ତାହାର ତଦନ୍ତ ପାଇଁ ଆସନ୍ତାକାଲି ଅର୍ଥାତ ଶନିବାର ଗୃହ କମିଟି ବୈଠକ ବସିବ।

ଉଲ୍ଲେଖଯୋଗ୍ୟ ଯେ, ଆୟାର ମିତ୍ର ଦେଇଥିବା ମନ୍ତବ୍ୟ ଉପରେ ବିଧାନସଭାରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ୨ ଦିନ ଧରି ହଟ୍ଟଗୋଳ କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଶୁକ୍ରବାର ଦିନ ବାଚସ୍ପତି ପ୍ରଦୀପ ଅମାତ୍ ପ୍ରଶ୍ନକାଳ ବାତିଲ କରି ଅଭିଜିତ୍ ଆୟାର ମିତ୍ରଙ୍କ ଆପତ୍ତିଜନକ ଓ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାୟକମାନଙ୍କୁ ସୁଯୋଗ ଦେଇଥିଲେ।

ଏହାସହିତ ତାହା ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ କରୁଛି କି ନାହିଁ ତା’ର ଅନୁଧ୍ୟାନ ପାଇଁ ବାଚସ୍ପତି ପ୍ରଦୀପ ଅମାତ୍ ଶୁକ୍ରବାର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭାର ଏକ ଗୃହ କମିଟି ଗଠନ କରିଥିଲେ। ଏହି କମିଟିରେ ବିଧାୟକ ଦେବୀପ୍ରସାଦ ମିଶ୍ର, କନକବର୍ଦ୍ଧନ ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ କୁମାର ଦାସବର୍ମା ସଦସ୍ୟ ଅଛନ୍ତି।



from Odisha Reporter https://ift.tt/2PPMXQ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages