ସ୍ୱାମୀଙ୍କ ଜନ୍ମଦିନରେ ଆକାଶଙ୍କୁ କ’ଣ ଗିଫ୍ଟ ଦେଇଥିଲେ ପତ୍ନୀ ଶୁଭ୍ରଜ୍ୟୋତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ସ୍ୱାମୀଙ୍କ ଜନ୍ମଦିନରେ ଆକାଶଙ୍କୁ କ’ଣ ଗିଫ୍ଟ ଦେଇଥିଲେ ପତ୍ନୀ ଶୁଭ୍ରଜ୍ୟୋତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ପ୍ରତ୍ୟେକ ବର୍ଷ ଚର୍ଚ୍ଚାରେ ରୁହନ୍ତି ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ। ସେହିପରି ସ୍ୱାମୀଙ୍କର ଏହି ଖାସ୍‌ ଦିନଟିକୁ କେମିତି ଆହୁରି ନିଆରା କରିହେବ ସେଥିପାଇଁ ଲାଗିପଡ଼ନ୍ତି ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି।

ଠିକ୍‌ ସେମିତି ଏଥର ଜନ୍ମଦିନକୁ ମଧ୍ୟ ସେ ସ୍ୱତନ୍ତ୍ର ଭାବେ ପାଳନ କରିଛନ୍ତି। ସୋମବାର ଆକାଶ ତାଙ୍କ ଜନ୍ମଦିନ ଭୁବନେଶ୍ୱରସ୍ଥିତ ଶ୍ରୀକ୍ରିଷ୍ଣା ବୃଦ୍ଧାଶ୍ରମରେ ପାଳନ କରିଛନ୍ତି। ପତ୍ନୀ ଓ କିଛି କଳାକାର ବନ୍ଧୁ ମଧ୍ୟ ଏହି ଅବସରରେ ତାଙ୍କ ସହ ଉପସ୍ଥିତ ରହିଥିଲେ।

ସେଠାରେ ରହୁଥିବା ବୃଦ୍ଧ ବୃଦ୍ଧା ମାନଙ୍କ ସହିତ ସମୟ କାଟିଥିଲେ ଆକାଶ। ହାସ୍ୟ ଅଭିନେତା ହାଡୁ ଓ ବନମାଳି ପାଣ୍ଡିଆ ମନୋରଞ୍ଜନ ମାଧ୍ୟମରେ ସମସ୍ତଙ୍କୁ ହସାଇଥିଲେ।

ତେବେ ଆପଣ ଜାଣିଛନ୍ତି, ଆକାଶଙ୍କ ପତ୍ନୀ ଆକାଶଙ୍କୁ ଜନ୍ମଦିନରେ କ’ଣ ଗିଫ୍ଟ ଦେଇଛନ୍ତି। ଏ କଥା ନିଶ୍ଚିତ ଭାବେ ସମସ୍ତେ ଜାଣିବାକୁ ଚାହୁଁଥିବେ। ସେଠି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହା ଜାଣିବାକୁ ଚାହିଁଥିଲେ ଆକାଶଙ୍କ ପତ୍ନୀ ଶୁଭ୍ରଜ୍ୟୋତିଙ୍କ ପାଖରୁ। କଥାବାର୍ତା ବେଳେ ଶୁଭ୍ରଜ୍ୟୋତି ମଧ୍ୟ ସ୍ୱାମୀଙ୍କୁ ଜନ୍ମଦିନରେ କ’ଣ ଗିଫ୍ଟ ଦେଇଛନ୍ତି ତାହା ଖୋଲି କହିଥିଲେ।

ସେ କହିଥିଲେ ଯେ, ତା ପୂର୍ବଦିନରୁ ସେ ସ୍ୱାମୀଙ୍କ ପାଇଁ ବଜାରରୁ ଏକ ଶାର୍ଟ ଓ ସନ୍‌ଗ୍ଲାସ କିଣି ଆଣି ଉପହାର ଦେଇଥିଲେ। ଜନ୍ମଦିନରେ ବି ଆକାଶ ପତ୍ନୀଙ୍କ ଗିଫ୍ଟ ଶାର୍ଟଟି ପିନ୍ଧିଥିଲେ।



from Odisha Reporter https://ift.tt/2NmnEsc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages