ଚୀନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌: ପ୍ରଥମ ରାଉଣ୍ଡରୁ ବିଦା ହେଲେ ସାଇନା, ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଚୀନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌: ପ୍ରଥମ ରାଉଣ୍ଡରୁ ବିଦା ହେଲେ ସାଇନା, ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ

ଚାଙ୍ଗଝୁହୁ(ଚୀନ୍‌): ଚୀନ୍‌ ଓପନ୍‌ ୱାଲର୍ଡ ଟୁର୍‌ ସୁପର୍‌ ୧୦୦୦ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତକୁ ମିଶ୍ରିତ ଫଳାଫଳ ମିଳିଛି। ଏହି ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର୍‌ ପ୍ରଥମ ରାଉଣ୍ଡରୁ ଭାରତୀୟ ସଟଲର୍‌ ସାଇନା ନେହ୍ୱାଲ ବିଦାୟ ନେଇଥିବା ବେଳେ ଅନ୍ୟତମ ଭାରତୀୟ ତାରକା ପିଭି ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅଲମ୍ପିକ୍ସ ରୌପ୍ୟ ବିଜୟନୀ ପିଭି ସିନ୍ଧୁ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ର ୩୯ ତମ ସିଡ୍‌ ଜାପାନ୍‌ର ସାଏନା କାୱାକାମୀଙ୍କୁ ସିଧାସଳଖ ୨୧-୧୫ ଓ ୨୧-୧୩ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅନ୍ୟପକ୍ଷରେ କଠିନ ସଂଘର୍ଷ ସତ୍ତ୍ୱେ ସାଇନା ତାଙ୍କ ଦକ୍ଷିଣ କୋରିଆ ପ୍ରତିପକ୍ଷ ସୁଙ୍ଗ ଜି ହୁୟାନ୍‌ଙ୍କଠାରୁ ପରାସ୍ତ ହୋଇଛନ୍ତି। ସୁଙ୍ଗ ୨୦-୨୨, ୨୧-୮ ଓ ୨୧-୧୪ରେ ସାଇନାକୁ ଟୁର୍ଣ୍ଣାମେଣ୍ଟ୍‌ ଆରମ୍ଭରୁ ବାହାର ରାସ୍ତା ଦେଖାଇଛନ୍ତି। ଏହି ବିଜୟ ସହ ସିଙ୍ଗ ରାଉଣ୍ଡ ଅଫ୍‌ ୧୬କୁ ଉତ୍ତୀର୍ଣ୍ଣ ହୋଇଛନ୍ତି।



from Odisha Reporter https://ift.tt/2OAb990

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages