୨୪ଟି ଅଙ୍ଗୁଳି ପାଇଁ ବିପଦରେ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

୨୪ଟି ଅଙ୍ଗୁଳି ପାଇଁ ବିପଦରେ ଜୀବନ

ଲକ୍ଷ୍ମୌ(ଓଡ଼ିଶା ରିପୋର୍ଟର୍‌): ଉତ୍ତରପ୍ରଦେଶର ବାରାବଙ୍କିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହାତ ଓ ପାଦରେ ୨୪ଟି ଅଙ୍ଗୁଳି ଥିବା ଜଣେ ପିଲାର ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ ସଂପୃକ୍ତ ପିଲାର ବାପା ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।

ବାରାବଙ୍କିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପୁଅର ହାତ ଓ ପାଦରେ ୧୨-୧୨ଟି କରି ୨୪ ଅଙ୍ଗୁଳି ରହିଛି। ଯାହା ଏବେ ତାଙ୍କ ପରିବାର ପାଇଁ ଚିନ୍ତା ବଢ଼ାଇ ଦେଇଛି। ସମ୍ପର୍କୀୟମାନେ ପିଲାଟିକୁ ମାରି ଦେବାକୁ ଚାହୁଁଛନ୍ତି ବୋଲି ପିଲାଟିର ବାପା ମା’ ଅଭିଯୋଗ କରିଛନ୍ତି। ଏଭଳି ପିଲାକୁ ହତ୍ୟା କଲେ, ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇବ ବୋଲି ଜଣେ ତାନ୍ତ୍ରିକ ତାଙ୍କ ସମ୍ପର୍କୀୟମାନଙ୍କୁ କହିଥିବା ପୁଅର ବାପା କହିଛନ୍ତି।

ତେଣୁ ଏହି ଭୟରେ ପିଲାଟିର ପରିବାର ଲୋକେ ତା’ର ସ୍କୁଲ ଯିବା ମଧ୍ୟ ବନ୍ଦ କରି ଦେଇଛନ୍ତି।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳର ବରିଷ୍ଟ ନାଗରିକ ଉମାଶଙ୍କର ସିଂହ କହିଛନ୍ତି,“ପିଲାଟିକୁ ଶିକ୍ଷାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନାହିଁ। ଏଣୁ, ମୁଁ ଏଠାରେ ଥିବା ପର୍ଯ୍ୟନ୍ତ ପିଲାଟିର ପାଠପଢ଼ା ଖର୍ଚ୍ଚ ବହନ କରିବି।”



from Odisha Reporter https://ift.tt/2NKU1No

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages