ଟିମ୍‌ ଇଣ୍ଡିଆକୁ ଏମିତି ଶୁଭେଚ୍ଛା ଜଣାଇଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଟିମ୍‌ ଇଣ୍ଡିଆକୁ ଏମିତି ଶୁଭେଚ୍ଛା ଜଣାଇଲେ ବିରାଟ୍‌

ନୂଆଦିଲ୍ଲୀ: ଏସିଆ କପ୍‌ରୁ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ଏବେ ସୋଶାଲ୍‌ ମିଡିଆରେ ବେଶ ସକ୍ରିୟ ଅଛନ୍ତି। ଏଥିସହ ନିଜ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ମଧ୍ୟ ବିତାଉଛନ୍ତି। ଏହି ଫଟୋକୁ ସୋଶାଲ୍‌ ମିଡିଆରେ ବିରାଟ୍‌ ଛାଡ଼ିବାକୁ ଆଦୌ ଭୁଲ ନାହାନ୍ତି। ଏହିକ୍ରମରେ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରି ଦମ୍‌ଦାର ବିଜୟ ହାସଲ କରିବା ପରେ ସୋଶାଲ୍‌ ମିଡିଆରେ ବିରାଟ୍‌ ଏମିତି କିଛି କଥା ଉଲ୍ଲେଖ କରିଛନ୍ତି।

ପାକିସ୍ତାନର ୨୩୮ ରନ୍‌ର ଟାର୍ଗେଟକୁ ମାତ୍ର ୩୯.୩ ଓଭର୍‌ରେ ହାସଲ କରି ନେଇଥିବା ଟିମ୍‌ ଇଣ୍ଡିଆକୁ ସୋଶାଲ୍‌ ମିଡିଆରେ ଅନେକ ବ୍ୟକ୍ତି ପ୍ରଶଂସାରେ ପୋତି ପକାଇଛନ୍ତି। ଏବେ ଏହି ତାଲିକାରେ ବିରାଟ୍‌ କୋହଲି ମଧ୍ୟ ନିଜକୁ ସାମିଲ କରିଛନ୍ତି।

ସେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଏଭଳି ଖେଳ ଦେଖିବାକୁ ବେଶ ଆନନ୍ଦ ଲାଗୁଛି ବୋଲି କହିଛନ୍ତି। ଏଥିସହ ଏହି ବିଜୟ ଆମ ପାଇଁ ବେଶ ଗୁରୁତ୍ୱ ବହନ କରେ ବୋଲି ବିରାଟ୍‌ ଟ୍ୱିଟ୍‌ କରି କହିଛନ୍ତି।

ଗତକାଲି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୨୩୭ ରନ୍‌ କରିଥିଲା। ଏହାର ଜବାବ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ୧୧୧ ଓ ଶିଖର ଧୱନ୍‌ଙ୍କ ବିସ୍ଫୋରକ ୧୧୪ ବଳରେ ଟିମ୍‌ ଇଣ୍ଡିଆ ୩୯.୩ ଓଭର୍‌ରେ ମ୍ୟାଚ୍‌କୁ କବଜା କରିଥିଲା।



from Odisha Reporter https://ift.tt/2Q3ReQ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages