ଧଳାବାଘ ସମେତ ଦୁଇ ଶାବକ ଜନ୍ମ ଦେଲା ‘ବିଜୟା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଧଳାବାଘ ସମେତ ଦୁଇ ଶାବକ ଜନ୍ମ ଦେଲା ‘ବିଜୟା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର। ବାଘୁଣୀ ‘ବିଜୟା’ ଜନ୍ମ ଦେଇଛି ୨ଟି ଶାବକ। ଆଜି ସକାଳ ୭ଟା ୫ ମିନିଟ୍‌ ଓ ୮ଟାରେ ପିଲା ଦୁଇଟି ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଧଳାବାଘ ଓ ଅନ୍ୟଟି ସାଧାରଣ।

ବର୍ତ୍ତମାନ ବାଘ ଛୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିଛି। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ।

ଗତ ଜୁନ୍‌ ମାସରେ ବାଘ ରୋଶନ୍‌ ଓ ବାଘୁଣୀ ବିଜୟାର ମିଳନ ହୋଇଥିଲା। ସେମାନଙ୍କ ମିଳନରୁ ଏହି ଦୁଇ ଛୁଆ ଜନ୍ମ ହୋଇଛନ୍ତି। ଦୁଇ ବାଘ ଛୁଆଙ୍କ ଜନ୍ମ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ରେ ପହଞ୍ଚିଛି। ନବଜାତ ବାଘ ଛୁଆଙ୍କ ବ୍ୟତୀତ ବର୍ତ୍ତମାନ ନନ୍ଦନକାନନରେ ୮ଟି ଧଳାବାଘ, ୨ଟି କଳାବାଘ ଓ ୧୪ଟି ସାଧାରଣ ମହାବଳ ବାଘ ଅଛନ୍ତି।

ବର୍ତ୍ତମାନ ମାଆ ବିଜୟା ଓ ଦୁଇ ଛୁଆଙ୍କ ଉପରେ ସତର୍କ ନଜର ରଖାଯାଇଛି। ଏବେ କିଛିଦିନ ପାଇଁ ପର୍ଯ୍ୟଟକ ସେମାନଙ୍କୁ ଦେଖିବାର ସୁଯୋଗ ପାଇବେ ନାହିଁ। କିଛି ସପ୍ତାହ ପରେ ପର୍ଯ୍ୟଟକମାନେ ସେମାନଙ୍କୁ ଏନ୍‌କ୍ଲୋଜରରେ ଦେଖିପାରିବେ।



from Odisha Reporter https://ift.tt/2PZctm5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages