ବୈଠକ ରଦ୍ଦ ହେବାପରେ ବିଷ ଓଗାଳିଲେ ଇମ୍ରାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ବୈଠକ ରଦ୍ଦ ହେବାପରେ ବିଷ ଓଗାଳିଲେ ଇମ୍ରାନ୍‌

ଇସ୍‌ଲାମାବାଦ୍‌: ଭାରତ ପାକିସ୍ତାନ ସହ ପ୍ରସ୍ତାବିତ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ରଦ୍ଦ କରିବା ପରେ ଇମ୍ରାନ୍‌ ଖାନ୍‌ ଏବେ ବିଷ ଓଗାଳିବା ଆରମ୍ଭ କରିଛନ୍ତି। ସେ ଭାରତର ତୀବ୍ର ସମାଲୋଚନା କରିବା ସହ ନୂଆଦିଲ୍ଲୀରେ କ୍ଷୁଦ୍ରବୁଦ୍ଧିସମ୍ପନ୍ନ ତଥା ଦୂରଦୃଷ୍ଟିରହିତ ବ୍ୟକ୍ତିବିଶେଷମାନେ ରହିଥିବା କହିଛନ୍ତି।

ଟ୍ୱିଟ୍‌ କରି ଇମ୍ରାନ୍‌ କହିଛନ୍ତି, “ମୁଁ ଶାନ୍ତି ପାଇଁ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲି। କିନ୍ତୁ ‘ଅହଂକାରୀ’ ଭାରତ ଏହାକୁ ଅଗ୍ରାହ୍ୟ କରିବା ନିଶ୍ଚିତ ପରିତାପର ବିଷୟ। କିନ୍ତୁ ମୋ ଜୀବଦ୍ଦଶା ମଧ୍ୟରେ ଏମିତି ଅନେକ ଲୋକଙ୍କୁ ଭେଟିଛି, ଯେଉଁମାନେ କ୍ଷୁଦ୍ରବୁଦ୍ଧିସମ୍ପନ୍ନ ହୋଇଥିଲେ ହେଁ ବଡ଼ ଅଫିସ୍‌ ସମ୍ଭାଳୁଥିବାରୁ ଗର୍ବ କରନ୍ତି। ସେମାନଙ୍କ ପାଖରେ ଦୂରଦୃଷ୍ଟିର ଅଭାବ ରହିଥାଏ। ସେମାନେ ଭବିଷ୍ୟତର ସୌନ୍ଦର୍ଯ୍ୟକୁ ଦେଖିପାରନ୍ତି ନାହିଁ। ଭାରତ ସେହି ଶ୍ରେଣୀଭୁକ୍ତ।”

ଭାରତ-ପାକ୍‌ ପୁଣିଥରେ ଆଲୋଚନା କରିବାକୁ ଆସିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇମ୍ରାନ୍‌ ଖାନ୍‌ ଚିଠି ଲେଖି ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ରକ୍ଷା କରି ଭାରତ ସରକାର ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ନ୍ୟୁୱର୍କରେ ଆୟୋଜିତ ହେବାକୁ ଥିବା ଜାତିସଂଘ ବୈଠକର ସାଇଡ୍‌ ଲାଇନ୍‌ରେ ପରସ୍ପର ସହ ଆଲୋଚନା କରିବେ ବୋଲି ମଧ୍ୟ ସୂଚନା ଦେଇଥିଲେ।

କିନ୍ତୁ ଶୁକ୍ରବାର ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ୩ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଅପହରଣ କରି ହତ୍ୟା କରିବା ପରେ ଭାରତ ଏହି ପ୍ରସ୍ତାବିତ ବୈଠକକୁ ରଦ୍ଦ କରିଥିଲା। ଏକପକ୍ଷରେ ଇମ୍ରାନ ଶାନ୍ତି ପ୍ରତିଷ୍ଠା କଥା କହୁଥିବା ବେଳେ ତାଙ୍କୁ ନିୟନ୍ତ୍ରଣରେ ରଖିଥିବା ପାକ୍ ସେନା କାଶ୍ମୀରରେ ଆତଙ୍କବାଦୀଙ୍କ ଜରିଆରେ ବିଭୀଷିକା ରଚୁଥିବାରୁ ପ୍ରସ୍ତାବିତ ବୈଠକ ବିରୋଧରେ ଦେଶବ୍ୟାପୀ ଜନମତ ସୃଷ୍ଟି ହୋଇଥିଲା।



from Odisha Reporter https://ift.tt/2pqkvJs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages