ଦାମଙ୍କ ଚ୍ୟାଲେଞ୍ଜ: ସାରା ରାଜ୍ୟରେ ଚେକ୍‌ମେଟ୍‌ ଦେବି, ବିଜେଡିକୁ ଜିତାଇ ଦେବିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଦାମଙ୍କ ଚ୍ୟାଲେଞ୍ଜ: ସାରା ରାଜ୍ୟରେ ଚେକ୍‌ମେଟ୍‌ ଦେବି, ବିଜେଡିକୁ ଜିତାଇ ଦେବିନି

naveen-dama

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଦିନର ନିରବତା ପରେ ପୁଣି ଫୁଟିଛି ଦାମ ବାଣ। ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି ଡାକ୍ତର ଦାମୋଦର ରାଉତ। କହିଛନ୍ତି ସାରା ଓଡ଼ିଶାରେ ବିଜେଡିକୁ ଦେବେ ଚେକ୍‌ମେଟ୍‌। ତାଙ୍କ ଜିଲ୍ଲା ଜଗତସିଂହପୁରରେ ବିଜେଡିକୁ ଜିତାଇ ଦେବେ ନାହିଁ ବୋଲି ଦୃଢୋକ୍ତି କରିଛନ୍ତି ଦାମ।

ଜଗତସିଂହପୁର କଥା ଉଠାଇ ସେ କହିଛନ୍ତି, “ସମୀକରଣ ନହେଲେ ସ୍ୱାଧୀନ ପ୍ରାର୍ଥୀ ଦେଇ ଜିତାଇବି। ହୁଏତ ସେଠି କଂଗ୍ରେସ ଜିତିପାରେ, ବିଜେଡି କିନ୍ତୁ ଜିତିବନି। ଯଦି ସମୀକରଣ ହୁଏ, ତେବେ ସମୀକରଣ ପ୍ରାର୍ଥୀ ଜିତିବେ।”

ସେ ଆହୁରି କହିଛନ୍ତି, “ଓଡ଼ିଶାକୁ ସୁଶାସନ ଦେବା କିମ୍ବା ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ନବୀନ ଆସିନଥିଲେ। ବାପା ଯେତିକିହରେଇଥିଲେ, ସେ ସେତିକି କମେଇବାକୁ ଆସିଛନ୍ତି। ସେ କଥା ଜଣାପଡ଼ିନଥିଲା, ଏବେ ଜଣାପଡ଼ିଲା। ”

ଓଡ଼ିଆଙ୍କ ବୋକାମୀରୁ ନବୀନ ଶାସନଗଦିରେ ବସିଛନ୍ତି ବୋଲି ଦାମ କହିଛନ୍ତି। ନିମାପଡ଼ା, ମାହାଙ୍ଗା ଓ ଭଦ୍ରକରେ ଦୁର୍ନୀତି ବିରୋଧୀ ସମାବେଶ କରିବେ ବୋଲି କହଛନ୍ତି ଦାମ।

ସେ କହିଛନ୍ତି, “ବିଜେଡିରେ ସଂଗଠନ ନାହିଁ। ଆମ ବୋକାମୀ ପାଇଁ ସେ ଜିତିକି ଆସୁଛନ୍ତି। ଏଥର ସେ ବୋକାମୀ ମୁଁ ଛଡାଇ ଦେବି।”

ସେହିପରି ନବୀନ ଓଡ଼ିଶା ଆସିବା ବେଳେ କିଏ କ’ଣ କହିଥିଲେ ସେ ଗୁମର ବି ଖୋଲିଛନ୍ତି ଦାମ। ସେ କହିଛନ୍ତି, “ଯେତେବେଳେ ବିଜେଡିରେ ବିଦ୍ରୋହ ହେଲା। ପ୍ରସନ୍ନ ପାଟ୍ଟଶାଣୀ କହିଲେ ନାଗସାପ ଠାରୁ ଧଣ୍ଡଟେ ଜନ୍ମ ହୋଇଛି। ସୂର୍ଯ୍ୟ ପାତ୍ର କହିଲେ ନବୀନା ଗୋଟେ ଉଡ଼ା ଚଢ଼େଇ ଆସିଥିଲା, ଫୁର କି ଉଡ଼ିଯିବ। ବିଷ୍ଣୁ ଦାସ କହିଥିଲେ ବିଜୁ ପଟ୍ଟନାୟକ ଔରସରୁ ନବୀନା ଜନ୍ମ ହୋଇନାହିଁ। ସେଥିପାଇଁ ତାକୁ ଦଳରୁ ସସ୍‌ପେଣ୍ଡ କରାଯାଇଥିଲା।”

ଦାମ ଯେଉଁ ନେତାମାନଙ୍କ ନାଁ ନେଇଛନ୍ତି, ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ଦାମ ବାବୁ ଦୁର୍ନୀତି କଥା କହିବା ପବନରେ ବାଡ଼ି ବୁଲାଇବା ସହ ସମାନ।”



from Odisha Reporter https://ift.tt/2pzigDH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages