
ଶ୍ରୀନଗର: ମୃତ୍ୟୁ କେତେବେଳେ ଆସେ ସେକଥା କେହି କହିପାରିବେ ନାହିଁ। ତେବେ ଲାଇଭ୍ ଟିଭି ଶୋ’ରେ ଜଣଙ୍କର ମୃତ୍ୟୁ ହେବା ବୋଧେ କେହି କେବେ ଶୁଣି ନଥିବେ। ଏଭଳି ଏକ ଘଟଣା ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଘଟିଛି। ପ୍ରଖ୍ୟାତ ସାମାଜିକ କର୍ମୀ ତଥା ଡୋଗ୍ରୀ ସ୍କଲାର୍ ରୀତା ଜେତିନନ୍ଦର ଡିଡି କଶ୍ମୀର ଚ୍ୟାନେଲ୍ରେ ସାକ୍ଷାତକାର ଦେଉଥିବା ବେଳେ ପ୍ରାଣ ହରାଇଛନ୍ତି।
ସାକ୍ଷାତକାର ଚାଲିଥିବା ବେଳେ ଟିଭି ଚ୍ୟାନେଲ୍ର ଆଙ୍କର ରୀତାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଉଥିବା ବେଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଏହାର କିଛି କ୍ଷଣ ପରେ ସେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ହୃଦଘାତରେ ତାଙ୍କର ମୃତ୍ୟ ଘଟିଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି।
ରୀତା ଜମ୍ମୁ-କଶ୍ମୀରର କଳା, ସଂସ୍କତି ଓ ଭାଷା ଏକାଡେମୀର ସଚିବ ଭାବେ କାର୍ଯ୍ୟ କରୁଥିଲେ। ଲାଇଭ ଶୋ’ରେ ରୀତାଙ୍କ ଆକସ୍ମିକ ବିୟୋଗ ଘଟଣାର ଭିଡିଓ ଦେଖିବା ପରେ ସୋଶାଲ୍ ମଡିଆରେ ଅନେକ ଲୋକ ଶୋକ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/2NupHcJ
No comments:
Post a Comment