ଏହି କାରଣ ଯୋଗୁ ନେଗେଟିଭ୍ ରୋଲ୍ କରିବାକୁ ସଲମାନ୍ ନାରାଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଏହି କାରଣ ଯୋଗୁ ନେଗେଟିଭ୍ ରୋଲ୍ କରିବାକୁ ସଲମାନ୍ ନାରାଜ୍‌

ମୁମ୍ବାଇ: ବଲିଉଡ୍‌ର ବହୁ ଲିଡ୍‌ ଆକ୍ଟର୍ସ ବେଳେବେଳେ ଖଳନାୟକ ଓ ଖଳନାୟିକା ଭୂମିକାରେ ମଧ୍ୟ ଆସିଥା’ନ୍ତି। ମେଗାଷ୍ଟାର୍‌ ବିଗ୍‌ ବିଙ୍କଠାରୁ ଆରମ୍ଭ କରି କିଙ୍ଗ୍‌ ଖାନ୍‌ ଶାହାରୁଖ୍‌, ଆମୀର ଖାନ୍‌, ଅକ୍ଷୟ କୁମାର, ସଞ୍ଜୟ ଦତ୍ତ, କାଜୋଲ, ପ୍ରିୟଙ୍କା ଚୋପ୍ରା ଓ ବିପାସା ବାସୁ ପ୍ରମୁଖ ପରଦାରେ ନେଗେଟିଭ୍ ରୋଲ୍‌ କରିଛନ୍ତି। କିନ୍ତୁ ଏହିସବୁ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ବରାବର୍ ଟକ୍କର ଦେଉଥିବା ‘ଦବଙ୍ଗ୍‌’ ଖାନ୍ ସଲ୍‌ମାନ୍‌ କିନ୍ତୁ ଏହି ନେଗେଟିଭ୍‌ ରୋଲ୍‌ କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ପଛେଇ ଯାଇଛନ୍ତି। ଆଜି ପର୍ଯ୍ୟନ୍ତ, ସଲ୍‌ମାନ୍‌ଙ୍କୁ କେବେହେଲେ ପରଦାରେ ନେଗେଟିଭ୍ ରୋଲ୍‌ରେ ଦେଖିବାକୁ ମିଳିନାହିଁ। ଚାଲନ୍ତୁ ଜାଣିବା, ଏହା ପଛରେ କ’ଣ ରହିଛି କାରଣ?

ସଲ୍‌ମାନ୍‌ଙ୍କୁ ଏବେ ବଲିଉଡ୍‌ର ଟାଇଗର୍‌ ବୋଲି କୁହାଯାଉଛି। ସର୍ବାଧିକ ଫ୍ୟାନ୍‌ ଫଲୋ କରୁଥିବା ବଲିଉଡ କଳାକାରଙ୍କ ମଧ୍ୟରେ ସେ ହେଉଛନ୍ତି ଜଣେ। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ସଲ୍‌ମାନ୍‌ଙ୍କ ପ୍ରସଂଶକଙ୍କ ସଂଖ୍ୟା ଢେର୍ ଅଧିକ। ପ୍ରଶଂସକଙ୍କ ପାଖରେ ‘ଭାଇଜାନ୍‌’ ନାଁରେ ପପୁଲାର୍‌ ଥିବା ଏହି ଅଭିନେତାଙ୍କ ବିଭିନ୍ନ ଫିଲ୍ମର କ୍ୟାରେକ୍ଟର୍‌ଗୁଡ଼ିକ ବିଶେଷ କରି ଯୁବପିଢିଙ୍କ ନିକଟରେ ଖୁବ୍ ଲୋକପ୍ରିୟ। କୁହାଯାଉଛି, ସଲମାନ୍‌ ନେଗେଟିଭ୍ ରୋଲ୍‌ ନକରିବା ପଛର ଏହା ଏକ କାରଣ।

ଏକ ସାକ୍ଷାତକାରରେ ସଲ୍‌ମାନ୍‌ କହିଛନ୍ତି, ‘ମୁଁ ଅନେକ ବର୍ଷ ହେଲାଣି, ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛି। ମୁଁ ଦେଖିଛି ଯେ ଫିଲ୍ମର ଅଭିନେତାମାନେ ଯେଉଁ ରୋଲ୍‌ କରନ୍ତି, ସେମାନଙ୍କ ପ୍ରଶଂସକମାନେ ତାଙ୍କୁ ଅନୁକରଣ କରିବାକୁ ଚେଷ୍ଟା କରନ୍ତି। ସେମାନେ ଆଖି ବନ୍ଦ କରି ନିଜ ଫେଭରିଟ୍‌ ଷ୍ଟାର୍‌ଙ୍କ କ୍ୟାରେକ୍ଟର୍‌ ଓ ଷ୍ଟାଇଲ୍‌କୁ ଫଲୋ କରନ୍ତି। ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ କେବେ ନେଗେଟିଭ୍ ରୋଲ କରିବି ନାହିଁ।’ ଏଥିରୁ ଜଣାପଡ଼ୁଛି ସଲ୍‌ମାନ୍‌ଙ୍କୁ କେବଳ ନିଜ କ୍ୟାରିୟର୍‌ ନୁହେଁ, ବରଂ ପ୍ରଶଂସକମାନେ ମଧ୍ୟ ଖୁବ୍‌ ପ୍ରିୟ। ସେଥିପାଇଁ ତ ତାଙ୍କୁ କୁହାଯାଏ ‘ଦ ମ୍ୟାନ ୱିଥ୍ ଏ ଗୋଲ୍ଡନ୍ ହାର୍ଟ୍’।

ସଲ୍‌ମାନ୍‌ଙ୍କ ଉପରୋକ୍ତ ବୟାନରୁ ସ୍ପଷ୍ଟ ହୋଇଛି ଯେ ଧୁମ୍‌-୪ରେ ସେ ଭିଲେନ୍ ରୋଲ୍‌ରେ ଆସିବେ ନାହିଁ। ଧୁମ-୪ରେ ନେଗେଟିଭ୍‌ ରୋଲ୍‌କୁ ନେଇ ସଲ୍‌ମାନ୍‌ଙ୍କ ସମ୍ପର୍କରେ ଯେଉଁସବୁ ଉଡ଼ା ଖବର ଆସୁଥିଲା, ଏହି ବୟାନ୍‌ ସେଥିରେ ପୂର୍ଣ୍ଣଛେଦ ପକାଇଛି।

ଏବେ ସଲ୍‌ମାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଭାରତ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ବହୁତ ଶୀଘ୍ର ତାଙ୍କର ଅଧିକ ଲୋକପ୍ରିୟ ରିଅଲିଟି ଶୋ’ ‘ବିଗ୍‌ବସ୍‌ ସିଜନ୍‌-୧୨’ ଆରମ୍ଭ ହେବାକୁ ଯାଉଛି। ଏଥର ଏହି ଶୋ’ ଅନେକ ପରିବର୍ତ୍ତନ ସହ ଏକପ୍ରକାର ନୂଆ ରୂପରେ ଆସୁଛି।



from Odisha Reporter https://ift.tt/2QjaXMv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages