ଘରର ଏହି ସ୍ଥାନରେ ରଖନ୍ତୁ ପାଣିର ଚିତ୍ର, ଧନବୃଦ୍ଧି ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଘରର ଏହି ସ୍ଥାନରେ ରଖନ୍ତୁ ପାଣିର ଚିତ୍ର, ଧନବୃଦ୍ଧି ହେବ

ଭୁବନେଶ୍ୱର: ଯେତେ ରୋଜଗାର କଲେ ଅଣ୍ଟୁନାହିଁ କି ଘରେ ସବୁବେଳେ ଧନର ଅଭାବ ରହୁଛି। ଯଦି ଆପଣଙ୍କ ପାଖରେ ଅବା ଘରେ ଟଙ୍କା ପଇସାର ଅଭାବ ଦେଖାଦେଉଛି, ତେବେ ଆଜି ଆମେ ଏହାର ସମାଧାନ ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ ବତାଇବୁ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପାଣି ବା ପାଣିର ଚିତ୍ରକୁ ସଠିକ୍‌ ସ୍ଥାନରେ ରଖିଲେ, ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।

ପାଣିର ଶୋ’ପିସ୍‌ କିମ୍ବା ଫଟୋ ବାଲକୋନୀରେ ରଖନ୍ତୁ। ଏହାଦ୍ୱାରା ଘର ଉପରେ ଖରାପ ନଜର ପଡ଼ିବ ନାହିଁ କି ଘରକୁ କୌଣସି ପ୍ରକାର ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବେ ନହିଁ। ଏହା ଦ୍ୱାରା ଘରେ ଲାଗି ରହୁଥିବା ଆର୍ଥିକ ଅନଟନ ମଧ୍ୟ ଦୂର ହୋଇଯିବ।

ରୋଷେଇ ଘରେ ପାଣି ସମ୍ବନ୍ଧୀୟ ଜିନିଷ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ,ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରନ୍ତି। ଘରର ସଦସ୍ୟଙ୍କ ଆୟ ଉପରେ ମଧ୍ୟ ଏହା କୁପ୍ରଭାବ ପକାଇଥାଏ ଓ  ଘରେ କଳି ଝଗଡ଼ା ଲାଗି ରହିଥାଏ।

ଯଦି ଆପଣଙ୍କ ଘରେ ବଗିଚା ଅଛି ଓ ସେଠି କୃତ୍ରିମ ଝରଣା ତିଆରି କରାଯାଇଛି ଅବା ଆପଣ କରିବାକୁ ଚାହୁଁଛନ୍ତି, ତେବେ ଧ୍ୟାନ ରଖନ୍ତୁ, ଏହାକୁ ଘରର ଉତ୍ତର ଦିଗରେ କରାନ୍ତୁ। ଏପରି କଲେ ଘରର ସୁଖ, ଶାନ୍ତି ବଜାୟ ରହିବ। ଏହା ସହ ଝରଣାର ମୁହଁ ପୂର୍ବ ଓ ଦକ୍ଷିଣ-ପୂର୍ବକୁ କରନ୍ତୁ। ଘରର ଉତ୍ତର, ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗରେ ଝରଣା ବା ପାଣିର ସ୍ରୋତ ସ୍ଥାପନ କରିବା ଦ୍ୱାରା ଆର୍ଥିକ ଅଭିବୃଦ୍ଧି ଘଟିଥାଏ।



from Odisha Reporter https://ift.tt/2zoVOTx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages