ରୋହିତ ଓ ଶିଖରଙ୍କ ଗ୍ରାଣ୍ଡ ଶୋ’, ୯ ୱିକେଟରେ ହାରିଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ରୋହିତ ଓ ଶିଖରଙ୍କ ଗ୍ରାଣ୍ଡ ଶୋ’, ୯ ୱିକେଟରେ ହାରିଲା ପାକିସ୍ତାନ

ଦୁବାଇ:ଦୁଇ ଓପନର ଶିଖର ଧୱନ ଓ ରୋହିତ ଶର୍ମାଙ୍କ ଆକର୍ଷଣୀୟ ଧୂଆଁଧାର ଶତକ ବଳରେ ଏସିଆ କପରେ ପୁଣି ଥରେ ପାକିସ୍ତାନକୁ ଧୂଳି ଚଟାଇଛି ଟିମ ଇଣ୍ଡିଆ।

ରବିବାର ଏସିଆ କପର ସୁପର ୪ ମୁକାବିଲାରେ ଟିମ ଇଣ୍ଡିଆ ଏକତରଫା ଭାବେ ପାକିସ୍ତାନକୁ ୯ ୱିକେଟରେ ପରାସ୍ତ କରିଛି।

ପାକିସ୍ତାନ ଦେଇଥିବା ୨୩୮ରନର ଟାର୍ଗେଟକୁ ଭାରତ ଅତିସହଜରେ ୩୯.୩ ଓଭରରେ ହାସଲ କରି ନେଇଛି। ଏହି ବିଜୟ ସହ ଟିମ ଇଣ୍ଡିଆ ଏସିଆ କପ ଫାଇନାଲରେ ପ୍ରବେଶ କରିଛି।

ଶିଖର ୧୦୦ଟି ବଲରେ ବିସ୍ପୋରକ ୧୧୪ ରନ କରି ରନ ଆଉଟ ହୋଇଥିବାବେଳେ ଅଧିନାୟକ ତଥା ଅନ୍ୟତମ ଓପନର ରୋହିତ ଶର୍ମା ୧୧୧ ରନ କରି ଶେଷ ପର୍ଯ୍ୟନ୍ତ ନଟ ଆଉଟ ରହିଥିଲେ।

ଦମଦାର ଇନିଂସ ପାଇଁ ଶିଖରଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ମାତ୍ର୨୩୭ ରନ କରିବାରେ ସଫଳ ହୋଇଥିଲା।

୨୩୮ ରନର ବିଜଯ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଟିମ ଇଣ୍ଡିଆର ଦୁଇ ଓପନର ଦଳ ପାଇଁ ଜବରଦସ୍ତ ଆରମ୍ଭ କରିଥିଲେ। ରୋହିତ ଓ ଶିଖର ପ୍ରଥମ ୱିକେଟ ପାଇଁ ୩୩ ଓଭର ସୁଦ୍ଧା ୨୧୦ ରନ ସଂଗ୍ରହ କରିଥିଲେ।

ତେବେ ଦଳୀୟ ସ୍କୋର୨୧୦ ରନ ଥିବାବେଳେ ଶିଖର ବ୍ୟକ୍ତିଗତ ୧୧୪ ରନ କରି ରନ ଆଉଟ ହୋଇ ଯାଇଥିଲେ। ଶିଖରଙ୍କ ସ୍ଥାନରେ ଆସିଥିବା ଅମ୍ବାତି ରାଇଡୁ ଶେଷ ଯାଏ 12 ରନ କରି ଅପରାଜିତ ଥିଲେ।

ଏହା ପୂର୍ବରୁ ଷ୍ଟାର ବ୍ୟାଟ୍ସମ୍ୟାନ ଶୋଏବ ମାଲିକଙ୍କ ୭୫ରନ ବଳରେ ପାକିସ୍ତାନ ୫୦ ଓଭରରେ ୭ ୱିକେଟ ହରାଇ୨୩୭ ରନ ସ୍କୋର କରିଥିଲା।

ଟିମ୍‌ ଇଣ୍ଡିଆ ପକ୍ଷରୁ ବୁମ୍ରା, ଚହଲ୍‌ ଓ କୁଲ୍‌ଦୀପ୍‌ ପ୍ରତ୍ୟେକ ଦୁଇଟି ଲେଖାଏ ୱିକେଟ୍‌ ନେଇଥିଲେ।



from Odisha Reporter https://ift.tt/2pxX0y8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages