ହେୟାର୍‌ କଟିଂ ପୂର୍ବରୁ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ହେୟାର୍‌ କଟିଂ ପୂର୍ବରୁ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

puspa4

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହେୟାର୍‌ କଟ୍‌ର ବିଭିନ୍ନ ଷ୍ଟାଇଲ୍‌ ଆପଣଙ୍କୁ ନୂଆ ଲୁକ୍‌ ଦେଇଥାଏ। ହେୟାର୍‌ ଷ୍ଟାଇଲ୍‌ରୁ ହିଁ ଆପଣଙ୍କ ସୁନ୍ଦରତା ବାରି ହୋଇ ପଡ଼ିଥାଏ।
ଯଦି ଆପଣ ନିଜ ହେୟାର୍‌କୁ ଏକ ନୂଆ ଲୁକ୍‌ ଦେବାକୁ ଯାଉଛନ୍ତି, ତେବେ ହେୟାର୍‌ କଟ୍‌ କରିବା ପୂର୍ବରୁ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହି ସବୁ କଥା ଉପରେ ଧ୍ୟାନ ଦେଲେ, ଆପଣଙ୍କ ହେୟାର୍‌ କଟ୍‌ ଭଲ ଓ ଷ୍ଟାଇଲିଶ୍‌ ହିଁ ହେବ।

ପ୍ରଥମେ ସ୍ଥିର କରନ୍ତୁ, ଆପଣ କ’ଣ ଚାହୁଁଛନ୍ତି?
ସେଲୁନ୍‌କୁ ଯିବା ପୂର୍ବରୁ ପ୍ରଥମେ ନିଶ୍ଚିତ ହୁଅନ୍ତୁ, ଆପଣ ନିଜ ହେୟାର୍‌କୁ କି ପ୍ରକାର ଷ୍ଟାଇଲ୍‌ ଦେବାକୁ ଚାହୁଁଛନ୍ତି। କେଶ ଲମ୍ୱା ରଖିବେ ନା କେବଳ ଟ୍ରିମିଂ, ଆପଣ ଯେଉଁ ପ୍ରକାର ହେୟାର୍‌ କଟ୍‌ କରିବାକୁ ଚାହୁଁଛନ୍ତି, ତାହାର ପ୍ରଥମେ ସ୍ଥିର କରି ପରେ ସେଲୁନ୍‌ ଯା’ନ୍ତୁ। ଭଲ ହେବ ଆପଣ ନିଜ ସହିତ ପସନ୍ଦ ମୁତାବକ ହେୟାର୍‌ ଡିଜାଇନ୍‌ର କୌଣସି ଫୋଟୋ ନେଇ କରି ଯା’ନ୍ତୁ।puspa3ହେୟାର୍‌ କଟ୍‌ ପରେ ଏହାର ଯତ୍ନ ନିଅନ୍ତୁ:
ଅନେକ ଥର ଏପରି ହୋଇଥାଏ, ହେୟାର୍‌ କଟ୍‌ ପରେ ଆପଣ ଏକ ନୂଆ ଲୁକ୍‌ ପାଇଥା’ନ୍ତି, କିନ୍ତୁ ଏହା ପରେ କେଶର ଯତ୍ନ ନେବା ଆପଣଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼େ। ଏଥିପାଇଁ ଅଧିକ ଖର୍ଚ୍ଚ ବି କରିବାକୁ ପଡ଼ିଥାଏ। ଏଣୁ ଆପଣଙ୍କ ଜୀବନଶୈଳୀ, ଖାଦ୍ୟପାନୀୟ, ଏକ୍ସର୍‌ସାଇଜ୍‌ ଏବଂ ଯାତ୍ରା ଆଦି ସବୁ ବିଷୟକୁ ଧ୍ୟାନରେ ରଖି ହେୟାର୍‌କଟ୍‌ କରନ୍ତୁ। ଯେଉଁ ହେୟାର୍‌ କଟ୍‌ କରିବା ପରେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି, ସେପରି ହେୟାର୍‌ ଷ୍ଟାଇଲ୍‌ ନକରି ଯତ୍ନ ନେବା ପାଇଁ ସହଜ ହେଉଥିବା ହେୟାର୍‌ କଟ୍‌ କରନ୍ତୁ।

ଟେନ୍‌ସନ୍‌ ସମୟରେ ହେୟାର୍‌ କଟ୍‌ କରନ୍ତୁ ନାହିଁ:
ଯଦି ଆପଣ କୌଣସି ସମସ୍ୟାରେ ଅଛନ୍ତି ବା କାହା ସହିତ ଆପଣଙ୍କର ଝଗଡ଼ା ହୋଇଛି, ତେବେ ସେହି ସମୟରେ ହେୟାର୍‌ କଟ୍‌ କରନ୍ତୁ ନାହିଁ। ମୁଡ୍‌ ଠିକ୍‌ ଥିବା ସମୟରେ ହିଁ ହେୟାର୍‌ କଟ୍‌ କରନ୍ତୁ।puspa1ହେୟାର୍‌ ଡ୍ରେସର୍‌ଙ୍କ ଉପରେ ଭରସା ରଖନ୍ତୁ:
ଆପଣ କେଉଁପ୍ରକାର ହେୟାର୍‌ କଟ୍‌ ଚାହୁଁଛନ୍ତି, ତାହା ଜାଣିଥିଲେ ମଧ୍ୟ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ ଆପଣ ନୁହେଁ, ବରଂ ହେୟାର୍‌ ଡ୍ରେସର୍‌ ହିଁ ହେୟାର୍‌ କଟ୍‌ କରିବାରେ ଏକ୍‌ସ୍ପର୍ଟ ଅଟନ୍ତି। ଯଦି ସେ ଆପଣଙ୍କୁ କୌଣସି ପରାମର୍ଶ ଦେଉଛନ୍ତି, ତେବେ ତାହାକୁ ଶୁଣନ୍ତୁ। ଯଦି ଆପଣ ତାଙ୍କ ଉପରେ ଭରସା କରିବେ, ଆପଣଙ୍କର ହେୟାର୍‌ର ଲୁକ୍‌ ଭଲ ହେବ।puspa2ଚୁପ୍‌ଚାପ୍‌ ବସନ୍ତୁ ନାହିଁ: 
ଆପଣ ଆମର ଏହି ଟିପ୍ସ ଶୁଣିବା ପରେ କନ୍‌ଫ୍ୟୁଜ୍‌ ହୋଇପାରନ୍ତି।  କିନ୍ତୁ ସେପରି କିଛି ହୁଅନ୍ତୁ ନାହିଁ। ଆମ କହିବା କଥା ହେଉଛି, ଆପଣ ହେୟାର୍ କଟିଂବେଳେ ହେୟାର୍‌ ଡ୍ରେସର୍‌ଙ୍କ କଥା ଶୁଣନ୍ତୁ, ମାତ୍ର ଯଦି ସେ ଭୁଲ୍‌ ହେୟାର୍‌ ଷ୍ଟାଇଲ୍‌ କରିବାକୁ ଚାହୁଁଛନ୍ତି, ତେବେ ଚୁପ୍‌ ବସନ୍ତୁ ନାହିଁ। ହେୟାର୍‌ ଷ୍ଟାଇଲ୍‌ ଆପଣଙ୍କର ହେଉଛି, ଆପଣଙ୍କୁ ଏହି ହେୟାର୍‌ ଷ୍ଟାଇଲ୍‌ ନେଇ ଆଗାମୀ ୪ରୁ ୫ ମାସ ରହିବାକୁ ପଡ଼ିବ। ଯଦି ହେୟାର୍‌ ଡ୍ରେସର୍‌ଙ୍କର ପରାମର୍ଶ ଠିକ୍‌ ଲାଗୁନାହିଁ, ତେବେ ଆପଣ କ’ଣ ଚାହୁଁଛନ୍ତି, ତାଙ୍କୁ ଜଣାନ୍ତୁ।



from Odisha Reporter https://ift.tt/2I8VNpu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages