କ୍ୟାନ୍‌ସରରେ ପଡିଛନ୍ତି ‘ଭିକି ଡୋନର’ଙ୍କ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

କ୍ୟାନ୍‌ସରରେ ପଡିଛନ୍ତି ‘ଭିକି ଡୋନର’ଙ୍କ ପତ୍ନୀ

ମୁମ୍ବାଇ:  ‘ଭିକି ଡୋନର’ ଓ ‘ଦମ୍‌ ଲଗାକେ ହଇସା’ରୁ ଏକ ଖାସ୍‌ ପରିଚୟ ପାଇଥିବା  ଆୟୁଷ୍ମାନ୍‌ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ୍‌ଙ୍କୁ କ୍ୟାନ୍‌ସର୍‌।

ଏକଥା ନିଜେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟରେ ପୋଷ୍ଟ୍‌ କରି ଜଣାଇଛନ୍ତି।  ବଲିଉଡ୍‌ ଅଭିନେତା ସୋନାଲୀ ବେନ୍ଦ୍ରେ ଓ ଇର୍‌ଫାନ୍‌ ଖାନ୍‌ଙ୍କ ପରି  ତାହିରା ନିଜକୁ କ୍ୟାନ୍‌ସର ହୋଇଥିବା ଖବର  ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।

ଏକ ଲମ୍ବା ପୋଷ୍ଟ ଓ ଭିଡିଓ ଜାରି କରି ସେ ନିଜ ଅସୁସ୍ଥତା କଥା ଜଣାଇଛନ୍ତି।  ତାହିରା ଏହି ପୋଷ୍ଟ୍‌ ମାଧ୍ୟମରେ  ଖବର ଦେଇଛନ୍ତି ଯେ, ତାଙ୍କୁ ବ୍ରେଷ୍ଟକ୍ୟାନ୍‌ସର ହୋଇଛି, ଯାହାକି ପ୍ରାରମ୍ଭିକ ଷ୍ଟେଜ୍‌ରେ ଅଛି।

ତାହିରା ପୋଷ୍ଟରେ ଲେଖିଛନ୍ତି- ‘‘ମୋର ଡାହାଣପଟ ବ୍ରେଷ୍ଟରେ ଡିସିଆଇଏସ୍‌ ଥିବା ଜଣାପଡ଼ିଥିଲା। ଏହା କ୍ୟାନ୍‌ସରର ପ୍ରଥମ ଷ୍ଟେଜ୍‌। ଏହା କେବଳ ବ୍ରେଷ୍ଟରେ ଥିଲା। କ୍ୟାନ୍‌ସରର ପ୍ରାରମ୍ଭ ସ୍ତରରେ ଏ ସବୁ ଶେଷ କରିବା ପାଇଁ mastectomy କରି ନେଇଛନ୍ତି।’’

ତାହିରା ସବୁ ମହିଳାଙ୍କୁ କ୍ୟାନ୍ସର ପ୍ରତି ଜାଗୃତ ରହିବାକୁ କହିଥିଲେ। ସେ ପ୍ରତ୍ୟେକ ମହିଳାମାନଙ୍କୁ ନିଜ ଚେକ୍‌ଅପ୍‌ ନିୟମିତ ଭାବେ କରାଇବାକୁ ଅନୁରୋଧ କରିଛନ୍ତି।  ସେ ପୋଷ୍ଟ୍‌ରେ ଲେଖିଥିଲେ, ‘‘ ଏହି ବାଧା ମୋ ଜୀବନରେ ଏକ ନୂଆ ପରିଭାଷା। ଏମିତି କିଛି ନାହିଁ ଯାହା ମଣିଷ କରିପାରିବ ନାହିଁ। ମୁଁ  ଚାହୁଁଚି ସବୁ ବୟସର ମହିଳା ଏହି ବିଷୟରେ ଜାଣି ରଖିବା ଦରକାର।’’



from Odisha Reporter https://ift.tt/2QQagdT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages