
ନୂଆଦିଲ୍ଲୀ ( ଓଡ଼ିଶା ରିପୋର୍ଟର୍): ଏମିତି ବି ମୃତ୍ୟୁ ଆସେ। ଜୀବନ ବଞ୍ଚାଇବାକୁ ଯାଇ ଯମ ହାବୁଡ଼ରେ ପଡ଼ିଲେ ରୋଗୀ। ଧୋକା ଦେଲା ଆମ୍ବୁଲାନ୍ସ। ଯାହାକୁ ସାହାରା କରି ସେ ମେଡିକାଲ ଯାଉଥିଲେ, ସେହି ଆମ୍ବୁଲାନ୍ସ ହିଁ ନେଇଯାଇଛି ଜୀବନ। କେରଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କୁ ନେଇ ଯାଉଥିବାବେଳେ ହଠାତ୍ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ୍ ସିଲିଣ୍ଡର୍ ବିସ୍ଫୋରଣ ହୋଇଛି।
ଏହି ଦୁର୍ଘଟଣାରେ ରୋଗୀ ଜଣଙ୍କ ଜୀବନ୍ତଦଗ୍ଧ ହୋଇ ଯାଇଛନ୍ତି। ଏଥିରେ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ନର୍ସ ଗୁରୁତର ହୋଇଛନ୍ତି। ଘଟଣାଟି ବୁଧବାର ସନ୍ଧ୍ୟାରେ ଘଟିଛି।
କେରଳର ଚମ୍ପାକୁଲାମ ସରକାରୀ ହସ୍ପିଟାଲ୍ର ଅନିତି ଦୂରରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ସଂପୃକ୍ତ ରୋଗୀଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚମ୍ପାକୁଲାମ ସରକାରୀ ହସ୍ପିଟାଲରୁ ଆଲପୁପୁଝା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଉଛନ୍ତି ମନୋହର ନାୟାର। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ନର୍ସ ଏବଂ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2M38cLL
No comments:
Post a Comment