ମୁଁ ଛୁଙ୍କ ଦେଇ ଛାଡ଼ିଦେଲି, ଆପଣ ବାସ୍ନା ବାହାର କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ମୁଁ ଛୁଙ୍କ ଦେଇ ଛାଡ଼ିଦେଲି, ଆପଣ ବାସ୍ନା ବାହାର କରନ୍ତୁ

dam,,,

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ଦମୋଦର ରାଉତ ଗତକାଲି ଯେଉଁ ‘ଗଡ୍‌ ଫାଦର’ ଗୁଗ୍‌ଲି ଛାଡ଼ିଥିଲେ, ସେ ନେଇ ଗୁମର ଖୋଲୁ ନାହାନ୍ତି। ଅର୍ଥାତ୍‌ କିଏ ସେ ‘ଗଡ୍‌ ଫାଦର’ ଦାମ କହୁ ନାହାନ୍ତି। ଆଜି ଗଣମାଧ୍ୟମ ପ୍ରତିନିଧିମାନେ ପୁଣି ଥରେ ପଚାରିବାରୁ ସେ କହିଲେ- ମୁଁ ଯାହା ଜାଣିଥିଲି କହିଲି। ‘ତୁମର ଯିଏ ଗ୍ରାଣ୍ଡ ଫାଦର ସେ ସେମାନଙ୍କର ଗଡ୍‌ ଫାଦର’।

ସେ ଆହୁରି କହିଛନ୍ତି- “ମୁଁ ଛୁଙ୍କ ଦେଇ ଛାଡ଼ିଦେଲି, ଆପଣ ବାସ୍ନା ବାହାର କରନ୍ତୁ।”

ମୋ ମନ୍ତ୍ରୀ ପଦ ଯଦି ଏଥିପାଇଁ ଯାଇନାହିଁ, ଅନ୍ୟ କାରଣରୁ ଯାଇଛି ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହୁଛନ୍ତି, ଏଥିରୁ ଜଣାପଡ଼ୁଛି ମୋର ମନ୍ତ୍ରୀ ପଦ ଯିବାରେ ପ୍ରଦୀପ ମହାରଥୀ ଅନ୍ୟତମ ଭାଗିଦାର !

ଦାମ କହିଥିଲେ ଯେ- “ଚାରା ଦୁର୍ନୀତିରେ ସଂପୃକ୍ତ ଅଫିସରଙ୍କୁ ନିଲମ୍ବନ କରି ମୋର ମନ୍ତ୍ରୀ ପଦ ଗଲା ଓ ପଦ ଗଲା ପରେ ସଂପୃକ୍ତ ଅଧିକାରୀ ପୁନଃ ଅବସ୍ଥାପିତ ହେଲେ।”

ଆଜି ଆଉ ଏକ ଦୁର୍ନୀତ ହୋଇଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ। କହିଛନ୍ତି- “ଓମଫେଡ୍ ମିଲ୍କ ପାଉଚ୍ ପଲିଥିନ କିଣାରେ ୩୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ତତ୍କାଳୀନ ଓମଫେଡ୍ ଏମ୍‌ଡି ଭିଜିଲାନ୍ସ ତଦନ୍ତ ପାଇଁ ଲେଖିଥିଲେ। କିନ୍ତୁ ସରକାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମୟରେ ଏହି ଦୁର୍ନୀତି ହୋଇଥିଲା।”

ଅନ୍ୟପଟେ ଦାମଙ୍କ ଏଭଳି ଆକ୍ଷେପର ଜବାବ ରଖିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ। ଦାମଙ୍କ ସବୁ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

 

 



from Odisha Reporter https://ift.tt/2MUjirS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages