ଚୋରି ହେଲା ଚେନ୍‌ ଆଉ ତା ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଚୋରି ହେଲା ଚେନ୍‌ ଆଉ ତା ପରେ…

ଯୋଧପୁର(ରାଜସ୍ଥାନ): ସ୍ଥାନୀୟ ଖୌଜଡଲି ଗ୍ରାମରେ ନିକଟରେ ଏକ ବଡ଼ ମେଳା ହେଉଥିଲା। ତମାମ୍‌ ଗାଁର ଲୋକ ଏଠି ଏକାଠି ହୋଇଥିଲେ। ଏହି ସମୟରେ ମେଳା ବୁଲି ଆସିଥିବା ପାରସି ଦେବୀଙ୍କ ବେକରୁ ଏକ ଦାମିକିଆ ସୁନା ଚେନ୍‌ କେହି ଲୁଟି ନେଇ ଚାଲିଗଲା।

ପାରସି ସ୍ଥାନୀୟ ଅଞ୍ଚଳର ଏକ ବିତ୍ତଶାଳୀ ପରିବାର ସହ ସମ୍ପୃକ୍ତ ଥିବାରୁ କଥାଟା ସଙ୍ଗେ ସଙ୍ଗେ ରାଷ୍ଟ୍ର ହୋଇଗଲା। ୪ ତୋଳା ସୁନାର ଚେନ୍‌ ଚୋରି ହୋଇଥିବାରୁ ଗାଁ ଲୋକେ ନିଜ  ଗ୍ରାମର ସମ୍ମାନ ରଖିବାକୁ ତୁରନ୍ତ ଗାଁ ଲୋକଙ୍କ ପାଖରୁ ଟଙ୍କା ଆଦାୟ କଲେ। ପାଖାପାଖି ୧ ଲକ୍ଷ ୫୦ ହଜାର ଟଙ୍କା ଆଦାୟ ହେବା ପରେ ପାରସିଙ୍କୁ ଏହା ଦିଆଗଲା।

ହେଲେ ପାରସି ଏହି ଟଙ୍କା ନେବାକୁ ମନାକଲେ।

ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାର କାରଣ କ’ଣ ବୋଲି ପଚାରିଲେ। ଏ କଥା ଶୁଣିବା ପରେ ପାରସି ଯାହା କହିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

ପାରସି ଜଣେ ଶିକ୍ଷିତ ମହିଳା ହୋଇଥିବାରୁ ଜମା ହୋଇଥିବର ଉକ୍ତ ଟଙ୍କାକୁ ନିଜେ ଗ୍ରହଣ କରିବାକୁ ମନାକଲେ ଆଉ ନିଜ ହାତରୁ ୫ ହଜାର ଟଙ୍କା ଦେଇ ଗୋଟିଏ ସିସି କ୍ୟାମେରା କିଣି ଆଣିବାକୁ ପରାମର୍ଶ ଦେଲେ।

ତାଙ୍କ କହିବା ମୁତାବକ ଏହି ଟଙ୍କା ନେଇ ସେ ହୁଏତ ଗହଣା କିଣି ପାରିବେ। କିନ୍ତୁ ଏ ସ୍ଥାନର ସମସ୍ୟା ସୁଧିରିବ ନାହିଁ। ଫଳରେ ଆଉ କେହି କାଲି ପୁଣି ଲୁଟ୍‌ର ଶିକାର ହେବେ। ଏଣୁ ଏହି ସମସ୍ୟାରୁ ମୁକୁଳିବା ପାଇଁ ସିସିଟିଭି ଲଗାଇବା ଏକ ଭଲ ପଦକ୍ଷେପ ହେବା ବୋଲି ସେ କହିଥିଲେ। ତାଙ୍କ କଥା ଶୁଣିବା ପରେ ଉପସ୍ଥିତ ତମାମ ଗ୍ରାମବାସୀ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ।



from Odisha Reporter https://ift.tt/2zr9kWC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages