ଭାରତରେ ଲଞ୍ଚ୍‌ ହେଲା ‘ରିୟଲ୍‌ମି-ଟୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ଭାରତରେ ଲଞ୍ଚ୍‌ ହେଲା ‘ରିୟଲ୍‌ମି-ଟୁ’

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ସ୍ମାର୍ଟଫୋନ୍‌ ପ୍ରସ୍ତୁତକାରୀ କମ୍ପାନୀ ଓପୋ ଏହାର ନୂଆ ଫୋନ୍‌ ‘ରିୟଲ୍‌ମି-ଟୁ’କୁ ଭାରତୀୟ ବଜାରରେ ଲଞ୍ଚ୍‌ କରିଛି। ଏହା କମ୍ପାନୀର ପୂର୍ବ ସ୍ମାର୍ଟଫୋନ୍‌ ‘ରିୟଲ୍‌ମି’ର ଦ୍ୱିତୀଯ ଭର୍ସନ୍‌। ପୂର୍ବ ସ୍ମାର୍ଟଫୋନ୍‌ ତୁଳନାରେ ଏହି ନୂଆ ଭର୍ସନ୍‌ରେ ଅଧିକ ଫିଚର୍ ରହିଛି।

ଏଥିରେ ଥିବା Notch display, ଡୁଆଲ୍‌ କ୍ୟାମେରା ଏବଂ ବଡ଼ ବ୍ୟାଟେରୀ ୟୁଜର୍ସଙ୍କୁ ପସନ୍ଦ ହେବ ବୋଲି ଆଶା କରାଯାଉଛି।

କମ୍ପାନୀ ପକ୍ଷରୁ ଏହି ‘ରିୟଲ୍‌ ମି-ଟୁ’ ସ୍ମାର୍ଟଫୋନ୍‌କୁ ୨ଟି କ୍ୟାଟାଗୋରୀରେ ଲଞ୍ଚ୍ କରାଯାଇଛି। ୩ ଜିବି ରାମ୍‌ ଏବଂ ୩୨ ଜିବି ମେମୋରୀ ବିଶିଷ୍ଟ ‘ରିୟଲ୍‌ମି-ଟୁ’ ସ୍ମାର୍ଟ ଫୋନ୍‌ର ଦାମ୍‌ ୮,୯୯୦ ଟଙ୍କା ଥିବାବେଳେ ୪ ଜିବି ରାମ୍‌ ଏବଂ ୬୪ ଜିବି ମେମୋରୀ ବିଶିଷ୍ଟ  ଫୋନ୍‌ର ଦାମ୍‌ ୧୦,୯୯୦ ଟଙ୍କା ରହିଛି।

୪ ସେପ୍ଟେମ୍ୱର୍‌ରୁ ସମସ୍ତ ସପିଙ୍ଗ୍‌ ସାଇଟ୍‌ରେ ଏହି ସ୍ମାର୍ଟ ଫୋନ୍‌ ବିକ୍ରି ପାଇଁ ଉପଲବ୍ଧ ହେବ।

ଆସନ୍ତୁ ଜାଣିବା, ‘ରିୟଲ୍‌ମି-ଟୁ’ର ଫିଚର୍ସ

ଡିଜାଇନ୍‌:

କମ୍ପାନୀର ପ୍ରଥମ ସ୍ମାର୍ଟଫୋନ୍‌ ‘ରିୟଲ୍‌ମି’ ଜିଜାଇନ୍‌ରେ ହିଁ ‘ରିୟଲ୍‌ମି-ଟୁ’ ଲଞ୍ଚ୍‌ ହୋଇଛି। ଗ୍ଲାସ୍‌ ବଡି ଉପରେ ତିଆରି ହୋଇଥିବା ଏହି ସ୍ମାର୍ଟଫୋନ୍‌ରେ ଫ୍ରଣ୍ଟ୍‌ ପ୍ୟାନେଲ୍‌ ଏବଂ ବ୍ୟାକ୍‌ ପ୍ୟାନେଲ୍‌କୁ କ୍ରୋନିଂ ଗ୍ଲାସ୍‌ରେ ପ୍ରୋଟେକ୍ଟ କରାଯାଇଛି।
ଏହାର ବ୍ୟାକ୍‌ ପ୍ୟାନେଲ୍‌ରେ ରିୟର୍‌ ଡୁଆଲ୍‌ କ୍ୟାମେରା ସହ ଫିଙ୍ଗର୍‌ପ୍ରିଣ୍ଟ୍‌ର ସେନ୍‌ସର୍‌ ମଧ୍ୟ ରହିଛି। ଫ୍ରଣ୍ଟ୍‌ ପ୍ୟାନେଲ୍‌ରେ Notch display ଦିଆଯାଇଛି ଏବଂ ଏଥିରେ ସେଲ୍‌ଫି କ୍ୟାମେରା ମଧ୍ୟ ରହିଛି।
ଫୋନ୍‌ରେ ୩.୫ଏମ୍‌ଏମ୍‌ ଅଡିଓ ଜ୍ୟାକ୍‌ ଏବଂ ମାଇକ୍ରୋ ୟୁଏସ୍‌ବି ରହିଛି। ‘ରିୟଲ୍‌ମି-ଟୁ’ ଫୋନ୍‌ ଡାଇମଣ୍ଡ୍‌ ରେଡ୍‌, ବ୍ଲାକ୍‌ ଏବଂ ବ୍ଲୁ, ଏହି ତିନୋଟି କଲର୍‌ରେ ଲଞ୍ଚ୍‌ ହୋଇଛି।
ଡିସ୍‌ପ୍ଲେ: 

ଏହି ଫୋନ୍‌ର Notch display ରହିଛି, ଯେଉଁଥିରେ ୧୫୨୦x୭୨୦ Pixelର resolution ସହିତ ୬.୨ ଏଚ୍‌ଡି display ଦିଆଯାଇଛି। ଏହି displayରେ Corning Gorilla Glass ରହିଛି। ଫୋନ୍‌ର ସ୍କ୍ରିନ୍‌ ରେସିଓ ୮୮.୮୦ ଅଛି।

ହାର୍ଡୱେୟାର୍‌: 

ଏହି ଫୋନ୍‌ ୧୪ ଏନ୍‌ଏମ୍‌ ଏବଂ ୧.୮ ଗୀଗାହର୍ଜ କ୍ଲକ୍‌ ସ୍ପିଡ୍‌ର Octa-core ପ୍ରୋସେସର୍‌ ଏବଂ Qualcommର Snapdragon ସହିତ ୪୫୦ ଚିପ୍‌ ସେଟ୍‌ରେ ରନ୍‌ କରିଥାଏ।

ରାମ୍‌ ଏବଂ ଷ୍ଟୋରେଜ୍‌

ରିୟଲ୍‌ମି-ଟୁ ସ୍ମାର୍ଟ ଫୋନ୍‌ର ପ୍ରଥମ କ୍ୟାଟାଗୋରୀରେ ୩ ଜିବି ରାମ୍‌ ,୩୨ ଜିବି ମେମୋରୀ ଏବଂ ୬୪ ଜିବି ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ ରହିଛି। ଏହା ସହ ଷ୍ଟୋରେଜ୍‌କୁ ବଢ଼ାଇବା ପାଇଁ ଚାହୁଁଥିଲେ ମାଇକ୍ରୋଏସ୍‌ଡି କାର୍ଡରେ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଇପାରିବେ।  ସେହିପରି ଦ୍ୱିତୀୟ କ୍ୟାଟାଗୋରୀରେ ୪ ଜିବି ରାମ୍‌ ଏବଂ ୬୪ ଜିବି ମେମୋରୀ ରହିଛି।

ଫୋଟୋଗ୍ରାଫି:

‘ରିୟଲ୍ମି-ଟୁ’ ବ୍ୟାକ୍‌ ପାନେଲ୍‌ରେ ଏଲ୍‌ଇଡି ଫ୍ଲାସ୍‌ ରହିଛି। ୧୩ ମେଗା ପିକ୍ସେଲ୍‌ର ପ୍ରାଇମେରୀ କ୍ୟାମେରା ଏବଂ ୨ମେଗା ପିକ୍ସେଲ୍‌ର ସେକେଣ୍ଡାରୀ କ୍ୟାମେରା ସେନ୍‌ସର୍‌ ସହିତ ରହିଛି। ସେହିପରି ଫୋନ୍‌ର ଫ୍ରଣ୍ଟ୍‌ ପ୍ୟାନେଲ୍‌ରେ ୮ ମେଗାପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ରହିଛି।

ଅପରେଟିଂ ସିଷ୍ଟମ୍‌:

‘ରିୟଲ୍‌ମି-ଟୁ’ ଫୋନ୍‌କୁ ଆଣ୍ଡ୍ରଏଡ୍‌ ୮.୧ ଓରିଓ ଅପରେଟିଂ ସିଷ୍ଟମ୍‌ରେ ଲଞ୍ଚ୍‌ କରାଯାଇଛି।

କନେକ୍ଟିଭିଟି ଏବଂ ସେନ୍‌ସର୍‌:

ଏଥିରେ ୨ଟି ସିମ୍ ରହିଛି ଏବଂ ଏହି ଦୁଇଟି ସିମ୍‌ରେ ୪ଜି ଏଲ୍‌ଟିଇର ସୁବିଧା ରହିଛି। ଏହା ସହିତ ଫୋନ୍‌ରେ ବ୍ଲିଟୁଥ୍‌, ୱାଇଫାଇ ଏବଂ ଓଟିଜିର ସୁବିଧା ରହିଛି। ବ୍ୟାକ୍‌ ପାନେଲ୍‌ରେ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ଏବଂ ଫ୍ରଣ୍ଟ୍‌ ପାନେଲ୍‌ରେ ଫେସ୍‌ ଅନ୍‌ଲକ୍‌ ସୁବିଧା ରହିଛି।
ବ୍ୟାଟେରୀ:

ଏଥିରେ ୪୨୩୦ଏମ୍‌ଏଚ୍‌ର ବ୍ୟାଟେରୀ ରହିଛି।



from Odisha Reporter https://ift.tt/2NdOrpH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages