୭ରୁ ୯ ତେଲ ଟାଙ୍କି ଆଗରେ ବିକ୍ଷୋଭ କରିବ ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

୭ରୁ ୯ ତେଲ ଟାଙ୍କି ଆଗରେ ବିକ୍ଷୋଭ କରିବ ବିଜେଡି

Bjd strike 3 days infront of petrol pump

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମବର୍ଦ୍ଧିଷ୍ଣୁ ତୈଳଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରିଛି ବିଜେଡି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ଧମକ ଦେଇଛି। ଆସନ୍ତା  ୭, ୮ ଓ ୯ ତାରିଖରେ ଦଳ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି କହିଛି।

ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ କରାଯିବ ବୋଲି ବିଜେଡି ମହିଳା, ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦି‌ଆଯାଇଛି।

ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି, “ସାମ୍ପ୍ରତିକ ସମୟରେ ତେଲର ସର୍ବକାଳୀନ ମୂଲ୍ୟ ବୃଦ୍ଧି ଘଟିଛି। ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ଲାଭାନ୍ୱିତ କରାଇବାକୁ କେନ୍ଦ୍ର ଏପରି କରିଛି। ଏହା ସବୁଠାରୁ ବଡ଼ ଦୁର୍ନୀତି ପ୍ରମାଣିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ଦାୟୀ।”

 



from Odisha Reporter https://ift.tt/2wDwuqj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages