
ନୂଆଦିଲ୍ଲୀ: ବିହାରର କଟିହାର ସାଂସଦ ତାରିକ୍ ଅନୱାର ଏନ୍ସିପି(ରାଷ୍ଟ୍ରବାଦୀ କଂଗ୍ରେସ ଦଳ)ରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ରାଫେଲ ପ୍ରସଙ୍ଗରେ ଏନ୍ସିପି ମୁଖ୍ୟ ଶରଦ ପାୱାର ମୋଦି ସରକାରଙ୍କୁ ସମର୍ଥନ କରିଥିବାରୁ ତାରିକ ଅନୱାର ଖୁସି ନଥିଲେ। ସେଥିପାଇଁ ତାରିକ୍ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଗତ ଗୁରୁବାର ଏନ୍ସିପି ଅଧ୍ୟକ୍ଷ ଶରଦ ପାୱାର କହିଥିଲେ,“ରାଫେଲ କାରବାରରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ଉପରେ କୌଣସି ସନ୍ଦେହ ନାହିଁ।”
ଶରଦ ପା଼ୱାର ରାଫେଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଲିନ୍ ଚିଟ୍ ମଧ୍ୟ ଦେଇଥିଲେ।
ଏନ୍ସିପିରୁ ଇସ୍ତଫା ଦେବା ପରେ ତାରିକ୍ ପୁଣି କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।
from Odisha Reporter https://ift.tt/2Ohgo0g
No comments:
Post a Comment