ମା’ ହେବା ପାଇଁ ସ୍ୱାମୀଙ୍କ ନିକଟରେ ଏମିତି ନାଟକ କରୁଥିଲେ ଏହି ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ମା’ ହେବା ପାଇଁ ସ୍ୱାମୀଙ୍କ ନିକଟରେ ଏମିତି ନାଟକ କରୁଥିଲେ ଏହି ମହିଳା

pppp

ନୂଆଦିଲ୍ଲୀ: କଲମ୍ୱିଆରେ ରହୁଥିବା ଜଣେ ମହିଳା ନିଜ ସ୍ୱାମୀଙ୍କୁ ୯ ମାସ ପର୍ଯ୍ୟନ୍ତ ବୋକା ବନାଇ ଆସୁଥିଲେ। ଏମିତିକି ମହିଳାଙ୍କ ସ୍ୱାମୀ ଏହାର ସୁରାକ୍ ମଧ୍ୟ ପାଇପାରି ନଥିଲେ। ଏହି ମହିଳାଙ୍କ ନାଁ ହେଉଛି ଏଣ୍ଟନେଲା ମିଲେନା ପାଦିଲା (୩୭)। ଆପଣମାନେ ଶୁଣି ଚକିତ ହେବେ ମହିଳା ଜଣକ ସ୍ୱାମୀଙ୍କ ନିକଟରେ ଗର୍ଭବତୀ ହେବାର ନାଟକ କରି ଆସୁଥିଲେ।

ସୂଚନା ଅନୁସାରେ, ମିଲେନା ସ୍ୱାମୀଙ୍କୁ ଗର୍ଭବତୀର ପ୍ରମାଣ ଦେବା ପାଇଁ ଏକ ତକିଆ ବ୍ୟବହାର କରୁଥିଲେ। ହେଲେ ଆଶ୍ଚର୍ଯ୍ୟର ବିଷୟ ମିଲେନାଙ୍କ ସ୍ୱାମୀ ସନ୍ଦେହ ହିଁ କରି ନଥିଲେ। ମିଲେନାଙ୍କ ସ୍ୱାମୀ ବାହାରେ ରୁହନ୍ତି। ତେଣୁ ସ୍ୱାମୀଙ୍କୁ ଘରେ ରଖିବା ପାଇଁ ସେ ଏହି  ନାଟକବାଜି କରୁଥିଲେ। ମାସ ଗଡ଼ି ଚାଲିବା ପରି  ମିଲେନା ତାଙ୍କ ପେଟର ଆକାର ତକିଆ ସାହାଯ୍ୟରେ ବଡ଼  କରୁଥିଲେ। ଏଥିସହ ନିଜ ପରିବାର ଓ ବନ୍ଧୁଙ୍କ ଦେଖାଇବା ପାଇଁ ଇଣ୍ଟରନେଟ୍‌ ଜରିଆରେ ଅଲଟ୍ରାସାଉଣ୍ଟ ସ୍କାନ୍‌ର ରିପୋର୍ଟ ପ୍ରିଣ୍ଟ୍ କରି ଆଣିଥିଲେ। ପ୍ରଥମ ଥର ବାପା ହେବା ଖୁସିରେ ମିଲେନାଙ୍କ ସ୍ୱାମୀଙ୍କ ଉତ୍ସାହ ବଢ଼ିବାରେ ଲାଗିଥିଲା। ହେଲେ ମିଲେନା ଗୋଟିଏ ମିଛକୁ ଲୁଚାଇବା ପାଇଁ ପୁଣି ଏକ ନାଟକ ରଚିଥିଲେ।

ମିଲେନା  ତାଙ୍କ ସ୍ୱାମୀ ଓ ପରିବାରକୁ କହିଥିଲେ,“ କ୍ଲିନିକ୍‌ ଯିବା ସମୟରେ କିଛି ଅପହରଣକରୀ ମୋତେ ଡ୍ରଗ୍ସ ଖୁଆଇ ଦେଇଥିଲେ। ଏହାପରେ ମୁଁ ଅଚେତ ହୋଇପଡ଼ିଥିଲି। ମୋର ଚେତା ଫେରିଲା ପରେ ମୁଁ ଅନୁଭବ କଲି ଯେ ପେଟରେ ଛୁଆ ନାହିଁ। କୌଣସି ଅର୍ଗାନ୍‌ ଟ୍ରାଫିକିଙ୍ଗ୍‌ ଗ୍ୟାଙ୍ଗ୍‌ ଛୁଆକୁ ବଞ୍ଚାଇବା ପାଇଁ ପେଟ କାଟି ଛୁଆକୁ ବାହାର କରି ଦେଇଛନ୍ତି।”

ଏହାପରେ  ମିଲେନାଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ।  ମିଲେନାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।। ହେଲେ ଡାକ୍ତର  ଏନେଇ ପୁଲିସ୍‌ଙ୍କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଅପହରଣକାରୀଙ୍କୁ ଖୋଜିବା ପାଇଁ ତଦନ୍ତ କଲା। ହେଲେ ପୁଲିସ୍‌ ମହିଳାଙ୍କ କଥା ଉପରେ ସନ୍ଦେହ ପ୍ରକାଶ କରିଥିଲା। ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ତାଙ୍କ  ପେଟରେ କୌଣସି ଚିହ୍ନ ନାହିଁ। ଏଥିସହ ତାଙ୍କ ରକ୍ତ ପରୀକ୍ଷାରୁ  ଜଣାପଡ଼ିଥିଲା ସେ  ଗର୍ଭବତୀ ନଥିଲେ। ଏମିତିକି ତାଙ୍କ ଶରୀରରେ କୌଣସି ନିଶା ଦ୍ରବ୍ୟ ମଧ୍ୟ ମିଳି ନଥିଲା।

ଏହି ଘଟଣା ପ୍ରକାଶ ପାଇବା ପରେ ମହିଳା ଜଣକ ଫେରାର୍ ହୋଇ ଯାଇଛନ୍ତି।  ପୁଲିସ୍ ଉକ୍ତ ମହିଳାଙ୍କ ବିରୋଧରେ ‘ପବ୍ଲିକ୍‌ ରିସର୍ଚ୍ଚ ୱେଷ୍ଟ’ ମାମଲା ରୁଜୁ କରିପାରେ।

 



from Odisha Reporter https://ift.tt/2OT4h6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages