
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଗଣେଶ ଭସାଣୀ ପାଇଁ ଚାଲିଥିଲା ଶୋଭାଯାତ୍ରା। ଡିଜେର ତାଳେତାଳେ ନାଚୁଥିଲେ ଲୋକେ। ଏହି ସମୟରେ ଜଣେ ଯୁବକ ହଠାତ୍ ଶୋଭାଯାତ୍ରା ମଧ୍ୟକୁ ପ୍ରବେଶ କରି ଛୁରା ମାଡ଼ କଲେ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଟିଟିଲାଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଟିଟିଲାଗଡ଼ ଆଦିବାସୀପଡ଼ାରେ ଗଣେଶ ପୂଜା ହୋଇଥିଲା। ଆଜି ଥିଲା ଭସାଣୀ ଉତ୍ସବ। ସନ୍ଧ୍ୟା ୬ଟା ବେଳେ ଭସାଣୀ ଶୋଭାଯାତ୍ରା ବାହାରି ଥିଲା। ସନ୍ଧ୍ୟା ବେଳେ ରଙ୍ଗୀନ୍ ଆଲୁଅ ଓ ଡିଜେର ତାଳେ ତାଳେ ଝୁମିଥିଲେ କମିଟି କର୍ମକର୍ତ୍ତା ଏବଂ ସ୍ଥାନୀୟ ଲୋକେ।
ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଅସନ୍ତୋଷ ବ୍ୟକ୍ତକରି ଗୋଟିଏ ଗୋଷ୍ଠୀ ଶୋଭାଯାତ୍ରା ଛାଡ଼ି ପଳାଇ ଯାଇଥିଲେ। ତେବେ ଶାସ୍ତ୍ରୀ ନଗର ନିକଟରେ ହଠାତ ସେମାନେ ଆସି ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଆଦିବାସୀପଡ଼ାର ବୁଲୁ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ରୋହିତ ବାଗ ଗୁରୁତର ଆହତ ହୋଇଛନ୍ତି।
ଶୋଭାଯାତ୍ରାରେ ଥିବା ଅନ୍ୟ ଲୋକମାନେ ଆକ୍ରମଣକାରୀଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ପୁଲିସ ତାଙ୍କୁ ଅଟକ ରଖି ଜେରା କରୁଛି।
from Odisha Reporter https://ift.tt/2PTJ1hd
No comments:
Post a Comment