ଯୁବତୀଙ୍କୁ ଭୁଜାଲିରେ ହାଣି ଚମ୍ପଟ୍‌ ମାରିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଯୁବତୀଙ୍କୁ ଭୁଜାଲିରେ ହାଣି ଚମ୍ପଟ୍‌ ମାରିଲେ ଯୁବକ

ପଟଣାଗଡ଼ (ବାସୁଦେବ ସେଠୀ): ସାଙ୍ଗମାନଙ୍କ ସହ ଜଣେ ଯୁବତୀ ବିଲରୁ କାମ କରି ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କ ଭୁଜାଲିରେ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ଆକ୍ରମଣ ପଛର କାରଣ ଜଣାପଡ଼ିନାହିଁ।

ପାଟଣାଗଡ଼ ଥାନା ଅନ୍ତର୍ଗତ ଟେଣାପଦର ଗାଁର ଲକ୍ଷ୍ମୀ ମହାଲିଂ ଆଜି ବିଲକୁ କାମ କରିବା ପାଇଁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ସେ କିଛି ମହିଳାଙ୍କ ସହିତ ଘରକୁ ଫେରୁଥିଲେ। ଏହି ସମୟରେ ବୃନ୍ଦାବନ ବରିହା ନାମକ ଜଣେ ଯୁବକ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଲକ୍ଷ୍ମୀଙ୍କ ଛାତି, ଡାହାଣ ହାତ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ବୃନ୍ଦାବନର ଘର ଖପ୍ରାଖୋଲ୍‌ ଅଞ୍ଚଳରେ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ଟେଣାପଦର ଗାଁରେ ରହି କାମଦାମ କରୁଥିଲା। ତେବେ ସେ ଆଜି କ’ଣ ପାଇଁ ଲକ୍ଷ୍ମୀଙ୍କୁ ଆକ୍ରମଣ କଲା, ତାହା ଜଣାପଡ଼ି ନାହିଁ। ଲକ୍ଷ୍ମୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୃନ୍ଦାବନ ଏବେ ଫେରାର ଅଛି।



from Odisha Reporter https://ift.tt/2xIhFDk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages