ଟେଲିଭିଜନ୍‌ ଉପସ୍ଥାପିକାରୁ ଅଭିନେତ୍ରୀ: କେମିତି ଥିଲା ଏହି ଯାତ୍ରା, ଶୁଣନ୍ତୁ କ’ଣ କହୁଛନ୍ତି ଅଭିନେତ୍ରୀ କୁକିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ଟେଲିଭିଜନ୍‌ ଉପସ୍ଥାପିକାରୁ ଅଭିନେତ୍ରୀ: କେମିତି ଥିଲା ଏହି ଯାତ୍ରା, ଶୁଣନ୍ତୁ କ’ଣ କହୁଛନ୍ତି ଅଭିନେତ୍ରୀ କୁକିଜ୍‌

kukii

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଏକ ବୈଦ୍ୟୁତିକ ଗଣମାଧ୍ୟମର ଉପସ୍ଥାପିକାରୁ ଅଭିନେତ୍ରୀ। ପ୍ରଥମେ ଆଲ୍‌ବମ୍‌ରୁ ଆରମ୍ଭ ହୁଏ ଅଭିନୟର ଯାତ୍ରା। ଆଉ ଗୋଟିଏ ପରେ ଅନ୍ୟ ଏକ ହିଟ୍ ଆଲ୍‌ବମ୍‌ରେ ଅଭିନୟ ପରେ ଶେଷରେ ସବୁ ‘ଗଡ଼ବଡ଼’ ହୋଇଯାଏ। ଅର୍ଥାତ୍‌ ହାତକୁ ଆସେ ‘ଫୁଲ୍‌ ଗଡ଼ବଡ଼’ ସିରିଏଲ୍‌ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ହସାଉଥିବା କୁଇନ୍‌ (କୁକିଜ୍‌) ଆଜି ଓଡ଼ିଆ ଟେଲି ଦୁନିଆର ଜଣେ ଜଣାଶୁଣା ଚେହେରା। ତେବେ ନିଜର ଭିନ୍ନ ଶୈଳୀ ଯୋଗୁ ଦର୍ଶକଙ୍କ ମନକିଣି ନେଇଥିବା ଏହି ଅଭିନେତ୍ରୀ, ଏବେ ‘ଫୁଲ୍‌ ଗଡ଼ବଡ଼’ ସିରିଏଲ୍‌ ଛାଡ଼ି ଦେଇଛନ୍ତି। ଏବେ ପରଦା ଉପରେ ତାଙ୍କୁ ଦର୍ଶକେ ଝୁରିବା ସାର।

ତେବେ କ’ଣ ପାଇଁ କୁକିଜ୍‌ ସିରିଏଲ୍‌ ଛାଡିଦେଲେ? ‘ଓଡ଼ିଶା ରିପୋର୍ଟର’କୁ ଦେଇଥିବା ସାକ୍ଷାତକାରରେ ସିରିଏଲ୍‌ ଛାଡ଼ିବା ପଛର କାରଣ କହିଛନ୍ତି କୁକିଜ୍‌।

କାହିଁକି ଛାଡ଼ିଲେ ସିରିଏଲ୍‌?

“ଗ୍ରାଜୁଏସନ୍‌ ପରୀକ୍ଷା ଥିଲା। ସେହି ସମୟରେ ଜେଜେବାପାଙ୍କର ଦେହାନ୍ତ ହୋଇଯିବାରୁ ଦୁଇଟି ପରିସ୍ଥିତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା କଷ୍ଟକର ହୋଇପଡ଼ିଲା, ତେଣୁ ମୁଁ ସିରିଏଲ୍‌ ଛାଡ଼ିଦେଲି।”

କୁକିଜ୍‌ ସିରିଏଲ୍‌ ଜଗତରୁ ଦୂରେଇ ଗଲେ ସତ, କିନ୍ତୁ ସେ ଏବେ ମ୍ୟୁଜିକ୍‌ ଭିଡିଓ ତିଆରି କରୁଛନ୍ତି। ଏହି ମ୍ୟୁଜିକ୍‌ ଭିଡିଓଗୁଡ଼ିକ ୟୁଟ୍ୟୁବ୍‌ରେ ମଧ୍ୟ ବେଶ୍ ଲୋକପ୍ରିୟ। ନିକଟରେ ତାଙ୍କର ‘ମୋହବତ୍‌’ ନାଁରେ ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଥିଲା, ଯାହାକୁ ୟୁଟ୍ୟୁବ୍‌ରେ ଏପର୍ଯ୍ୟନ୍ତ ୮ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ତେବେ ସେହି ମ୍ୟୁଜିକ୍‌ ଭିଡିଓ ସୁଟିଂ ସମୟର କିଛି ସ୍ମୃତି ସମ୍ପର୍କରେ କୁକିଜ୍‌ କହିଛନ୍ତି, “ବହୁତ କିଛି ଶିଖିଲି। ସହକଳାକାରମାନେ ବେଶ୍‌ ସହଯୋଗ କରିଥିଲେ। ସୁଟିଂ ସେଟ୍‌ରେ ଅବସର ସମୟ ମଳିଲେ, ସେମାନେ ଫନ୍ନି ମ୍ୟୁଜିକ୍‌ ଭିଡିଓ ପ୍ରସ୍ତୁତ କରୁଥିଲେ।

ସିରିଏଲ୍‌ରେ ପାଦ ଦେବା ପୂର୍ବରୁ କୁକିଜ୍‌ ଜଣେ ଟେଲିଭିଜନ୍ ଉପସ୍ଥାପିକା ଥିଲେ। ଜଣେ ଆଙ୍କରରୁ ଆକ୍ଟ୍ରେସ୍‌ ହେବାର କାରଣ ପଚାରିବାରୁ କୁକିଜ୍‌ କହିଥିଲେ, “ଆଙ୍କରିଂ କରୁଥିବା ସମୟରେ ଫିଲ୍ମ ଦୁନିଆର ଚଟ୍‌ପଟି ଖବର ଦେଉ ଦେଉ, କେଉଁଠି ନା କେଉଁଠି ମୋ’ର ବି ଇଚ୍ଛା ହେଲା ଅଭିନୟ ଜଗତକୁ ଯିବି। କିନ୍ତୁ ଅଭିନୟ ଶିଖି ନଥିଲି। ତେଣୁ ମନରେ ଭୟ ଥିଲା, କ’ଣ ସତରେ ଅଭିନୟ କରିପାରିବି! କିନ୍ତୁ ମୋ ମା’ଙ୍କର ବହୁତ ଇଚ୍ଛା ଥିଲା, ମୁଁ ଅଭିନେତ୍ରୀଟେ ହୁଏ। ତେଣୁ ମୁଁ ପ୍ରଥମେ ତରଙ୍ଗରେ ପ୍ରସାରିତ ହେବାକୁ ଥିବା ‘ତେଜସ୍ୱିନୀ’ ସିରିଏଲ୍‌ ପାଇଁ ଅଡିସନ୍‌ ଦେଇଥିଲି। ସେଠାରେ ମତେ ‘ତେଜସ୍ୱିନୀ’ ନୁହେଁ, ବରଂ ‘ଫୁଲ୍‌ ଗଡ଼ବଡ଼’ ସିରିଏଲ୍‌ରେ କାମ କରିବାର ସୁଯୋଗ ମିଳିଲା। ଆଉ ସେହି ‘ଫୁଲ୍‌ ଗଡ଼ବଡ଼’ ସିରିଏଲ୍‌ ମତେ ଲୋକଲୋଚନକୁ ଆଣିବାରେ ସହାୟକ ହେଲା। ଆଜି ‘ଫୁଲ୍‌ ଗଡ଼ବଡ଼’ ଦେଖି ଲୋକେ ମତେ ପସନ୍ଦ କରୁଛନ୍ତି, ଖାସ୍‌ କରି ପିଲାମାନେ। ସେମାନେ ମୋ ପାଖକୁ ଆସି ଫଟୋ ଉଠାନ୍ତି, ଘରକୁ ଆସି ଅଟୋଗ୍ରାଫ୍‌ ବି ମାଗନ୍ତି, ଯେଉଁଟା ମତେ ଖୁବ୍‌ ଆନନ୍ଦ ଦିଏ।



from Odisha Reporter https://ift.tt/2M1Oq3k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages