ପତ୍ନୀଙ୍କ ସହ ଗୁରୁଦ୍ୱାର ପୂଜକ ଗିରଫ, ପବିତ୍ର ଗ୍ରନ୍ଥର ପୃଷ୍ଠାରେ କରୁଥିଲେ ଏମିତି କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ପତ୍ନୀଙ୍କ ସହ ଗୁରୁଦ୍ୱାର ପୂଜକ ଗିରଫ, ପବିତ୍ର ଗ୍ରନ୍ଥର ପୃଷ୍ଠାରେ କରୁଥିଲେ ଏମିତି କାମ

arrest

ଫିରୋଜପୁର (ପଞ୍ଜାବ): ପବିତ୍ର ଗ୍ରନ୍ଥକୁ ଅସମ୍ମାନ କରିବା ଅଭିଯୋଗରେ ଜଣେ ଗୁରୁଦ୍ୱାର ପୂଜକ ଓ ତାଙ୍କ ପତ୍ନୀଙ୍କୁ ପୁଲିସ୍ ଗିରଫ କରିଛି। ଏମାନେ ହେଲେ ଗୁରଦିତ୍ ସିଂହ ଓ ନିମ୍ରତ୍ କୌର୍‌।

ପୁଲିସ୍ କହିଛି- “ପୂଜକ ଗୁର୍‌ଦିତ୍ ଓ ତାଙ୍କ ପତ୍ନୀ ନିମ୍ରତ୍ ସେମାନଙ୍କ ଦୁଇ ପୁଅଙ୍କୁ ପବିତ୍ର ଗ୍ରନ୍ଥର ଚିରା ପୃଷ୍ଠାରେ ରୁଟି ଗୁଡ଼ାଇ ଦେଉଥିଲେ। ସେମାନଙ୍କ ପୁଅମାନେ ଏମିତି ଢଙ୍ଗରେ ସ୍କୁଲ୍‌କୁ ଟିଫିନ୍ ବକ୍ସରେ ରୁଟି ନେଇ ଆସୁଥିଲେ।”

ଏ ଘଟଣା ପ୍ରଥମେ ଶିଖ୍ ଷ୍ଟୁଟେଣ୍ଟ୍‌ ଫେଡେରେସନ୍‌ (ମେହତା)ର ଦୃଷ୍ଟିକୁ ଆସିଥିଲା। ପରେ ସଂଘର ସଦସ୍ୟମାନେ ଏହାର ଯାଞ୍ଚ କରିଥିଲେ ଓ ପୁଲିସ୍‌କୁ ସୂଚନା ଦେଇଥିଲେ।

ଶିଖ୍‌ ଛାତ୍ର ସଂଘର ଅଧ୍ୟକ୍ଷ ଜସ୍‌ପାଲ୍‌ ସିଂହ କହିଛନ୍ତି- “ଆମ ପାଖରେ ଏ ସଂପର୍କିତ ସୂଚନା ପହଞ୍ଚିବା ପରେ ଆମେ ଯାଞ୍ଚ୍‌ କରିଥିଲୁ। ସ୍କୁଲ୍‌ ନିକଟରେ ପବିତ୍ର ଗ୍ରନ୍ଥର ଚିରା ହୋଇଥିବା ପୃଷ୍ଠା ଏଣେ ତେଣେ ପଡ଼ିଥିବା ଦେଖିଥିଲୁ। ଏହାପରେ ଅଲିକେ ରୋଡ଼୍‌ସ୍ଥିତ ବାଗ୍‌ ବଲୀ ବସ୍ତିରେ ରହୁଥିବା ଉକ୍ତ ପୂଜକଙ୍କ ଘରକୁ ଯାଇଥିଲୁ। ତାଙ୍କ ରୋଷେଇ ଘରେ ପବିତ୍ର ଗ୍ରନ୍ଥର କିଛି ପୃଷ୍ଠା ପାଇଥିଲୁ। ଏଥିରୁ ଜଣାପଡ଼ିଥିଲା, ତାଙ୍କ ପତ୍ନୀ ନିୟମିତ ଭାବେ ଏଥିରେ ଖାଦ୍ୟ ଗୁଡ଼ାଇବା ପାଇଁ ଏହାକୁ ବ୍ୟବହାର କରୁଥିଲେ ଓ ସେହି ଉଦ୍ଦେଶ୍ୟରେ ସେଗୁଡ଼ିକୁ ରଖିଥିଲେ।”



from Odisha Reporter https://ift.tt/2C70Nvn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages